ଶୀତ କାକରରେ ଧାନକୁ ଜଗିଛି ଚାଷୀ । ରାତି ଅନିଦ୍ରା ରହି ମଣ୍ଡିରେ ଅପେକ୍ଷା କରିଛି ।

156

କନକ ବ୍ୟୁରୋ : ଶୀତ କାକରରେ ଧାନକୁ ଜଗିଛି ଚାଷୀ । ରାତି ଅନିଦ୍ରା ରହି ମଣ୍ଡିରେ ଅପେକ୍ଷା କରିଛି । କେବେ ମିଲର ଆସିବେ, ଆଉ ସେମାନଙ୍କ ଧାନ କିଣିବେ । ରାତିରେ ଚୋରି ଭୟ ଥିବା ବେଳେ ଚିନ୍ତା ବଢାଇଦେଇଛି ଅଦିନିଆ ବର୍ଷା । ନିଜ ନିଜ ଧାନକୁ ପାଲ ଘୋଡାଇ ଚାଷୀ, ସାରା ରାତି ଜଗି ରହୁଛି ।

ସପ୍ତାହେ ହେଲା ମାଲକାନଗିରି ମାଥିଲି ବ୍ଳକ୍ ଧୁଙ୍ଗିଆପୁଟ ମଣ୍ଡିରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା । ଲ୍ୟାମ୍ପସ୍ ଟୋକେନ୍ ଦେଲା ପରେ ବି ମଣ୍ଡିରୁ ଧାନ ଉଠୁନି । ଟାର୍ଗେଟ୍ ଆସିନଥିବାରୁ ମଣ୍ଡିରୁ ଧାନ ଉଠାଇବାକୁ ନାରାଜ ହେଉଛନ୍ତି ମିଲର । ଫଳରେ ଖୋଲା ଆକାଶ ତଳେ ପଡି ରହିଛି ବସ୍ତା ବସ୍ତା ଅମଳ ଧାନ ।

ପାଣିରେ ବୁଡିଲା ପାଚିଲା ଧାନ । ବର୍ଷା ଧୋଇଦେଲା ଅମଳ ଫସଲ । ଏପଟେ ପାଣିରେ ବୁଡି ରହିଛି ପାଚିଲା ଧାନ । ନଷ୍ଟ ହୋଇଯାଇଛି ଶହ ଶହ ହେକ୍ଟର ଅମଳ ଫସଲ । କଟା ଧାନକୁ ପାଣିରୁ ଛାଣି ଜମି ହିଡରେ ଶୁଖାଉଛି ଚାଷୀ । ଖଳାରେ ସାଇତି ରଖିଥିବା ଧାନକୁ ବି ଭିଜାଇଦେଇଛି ବର୍ଷା ।