ସମ୍ବଲପୁରରେ ଚାଷ ଉଜାଡ଼ି ଦେଲା ବାତ୍ୟା ୟାସ୍ : ଏପଟେ ମିଳୁନି ଟୋକନ, ସେପଟେ ଅମଳ ହୋଇନପାରି କ୍ଷେତରେ ଗଜା ହେଉଛି ଚାଷୀର ଧାନ

88

କନକ ବ୍ୟୁରୋ : ସମ୍ବଲପୁରରେ ଚାଷ ଉଜାଡ଼ି ଦେଲା ବାତ୍ୟା ୟାସ୍ । ଗଜା ହୋଇଗଲା ଚାଷୀର ଧାନ । ବାତ୍ୟା ୟାସ ଜନିତ ବର୍ଷା ପରେ ଧାନ ବିଲରେ ଦୀର୍ଘ ସମୟ ଧରି ପାଣି ମାଡ଼ି ରହିଛି । ଫଳରେ ସମ୍ବଲପୁର ଜିଲ୍ଲାରେ ତାଲବ ଗାଁ ସମେତ ବିଭିନ୍ନ ଗାଁରେ ବର୍ତମାନ ଧାନ ଗଜା ହେଲାଣି । ଏବେ ବି ବିଲରେ ପାଣି ଥିବାରୁ ଧାନକୁ କେମିତି ଅମଳ କରିବ ଚାଷୀ ସେନେଇ ଚିନ୍ତାରେ ।

ତେବେ ଅନ୍ୟପଟେ ଟୋକନ ପାଇଥିବା ଚାଷୀର ଧାନ ଅମଳ ହୋଇନପାରି ଗଜା ହୋଇଥିବା ବେଳେ ଟୋକନ ପାଇନଥିବା ଚାଷୀର ଧାନ ଖଳାରେ ଭିଜୁଛି । ଧାନ ଗଜା ହେବା ପରେ ବି ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ହୋଇନଥିବା ଚାଷୀ ଅଭିଯୋଗ କରିଛି । ଗତକାଲି ୧୫ ଦିନିଆ ଟୋକନ ଅବଧି ବଢ଼ାଇବା ଦାବିରେ ବିଭିନ୍ନ ଅଫିସରେ ତାଲା ମାରିଥିଲେ ଚାଷୀ ।