ଆସନ୍ତା କାଲି ଭାରତ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ । ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୨୨ଟି ରାଜ୍ୟରେ ଯାତାୟତ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଦୈନନ୍ଦିନ ସେବା ଠପ୍ ପଡିବ । ହରିୟାନା, ରାଜସ୍ଥାନ, ଜମ୍ମୁ-କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର, ଦିଲ୍ଲୀ ଓ କେରଳ ଭଳି ପ୍ରମୂଖ ରାଜ୍ୟରେ ବିଭିନ୍ନ କୃଷକ ସଂଗଠନ ଆସନ୍ତାକାଲି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତିି ବୋଲି ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘର ମୁଖପାତ୍ର ସୁନିଲ ଗୌର କହିଛନ୍ତି । ଜୁନ୍ ପହିଲାରେ ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ଅଧ୍ୟକ୍ଷ ଶିବ କୁମାର ଶର୍ମା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ମହାସଂଘ ସହିତ ୧୩୦ଟି ଚାଷୀ ସଂଗଠନର ସମର୍ଥନ ଅଛି କିନ୍ତୁ ଆସନ୍ତା କାଲି ଭାରତର ୭ଟି ରାଜ୍ୟ ଏହି ଭାରତ ବନ୍ଦ ଡାକରାରେ ସାମିଲ ହେବେ ନାହିଁ ବୋଲି ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘର ମୁଖପାତ୍ର ସୁନିଲ ଗୌର କହିଛନ୍ତି ।
ଆସନ୍ତା କାଲି ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦେଶର ପ୍ରମୂଖ ୨୨ଟି ରାଜ୍ୟରେ ଚାଷୀ ସଂଗଠନ ବନ୍ଦ ଡାକରାକୁ ସଫଳ କରାଇବା ପାଇଁ ଆହ୍ନାନ ଦେଇଛନ୍ତି । ତେବେ ବିଗତ ୯ ଦିନ ଧରି ବିଭିନ୍ନ କୃଷକ ସଂଗଠନମାନେ ଭିନ୍ନ ଭିନ୍ନ ଦାବି ଧରି “ଗାଁ ବନ୍ଦ’ ଡାକରା ଦେଇଥିଲେ । ଏହି ଆନ୍ଦୋଳନରେ ଦୀର୍ଘ ୯ ଦିନ ହେବ ଗାଁରୁ ସହରକୁ କୌଣସି ଚାଷୀ ଉପକୃତ ଦ୍ରବ୍ୟ ପଠାଇ ନଥିଲେ ଆନ୍ଦେଳନରତ କୃଷକ । ୨୦୧୪ରୁ ଚାଷୀ ଉପକ୍ରମ ଜିନିଷ ଉପରେ ଲଗାତାର ଭାବେ ସରକାର ମୁଲ୍ୟ ହ୍ରାସ କରାଉଛନ୍ତି ।
୨୦୦୭ ମସିହାରେ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ସେତେବେଳେ ସ୍ୱାମୀନାଥନ କମିଟିକୁ ସୁପାରିଶ କରିଥିଲା । ଯେଉଁଥିରେ ଚାଷୀମାନଙ୍କୁ ତାଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ, ଏବଂ ଚାଷୀଙ୍କୁ ପେନସନ ଭଳି ସୁବିଧା ଯୋଗାଇ ଦେବା ପାଇଁ କମିଟିରେ ସୁପାରିଶ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ଲାଗୁ କରାଯାଉ ନାହିଁ ବୋଲି ମହାସଂଘ ଅଭିଯୋଗ କରିଛି । ୨୦୧୪ ପୂର୍ବରୁ କଂଗ୍ରେସ ଯେଉଁଭଳି ଭାବେ ଚାଷୀଙ୍କୁ ପ୍ରତାରିତ କରୁଥିଲା । ୨୦୧୪ରେ କ୍ଷମତାକୁ ଆସିବା ପରେ ଚାଷୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିଦେବାର ପ୍ରତିଶ୍ରୁତି ଦେଇଥିବା ମୋଦିସରକାର ଚାଷୀଙ୍କ ତଣ୍ଟି ଚିପି ହତ୍ୟା କରୁଥିବା ଅଭିଯୋଗ କରିଛନ୍ତି ସଂଘର ସଭାପତି ଶିବ କୁମାର ଶର୍ମା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/FARMER-PHOTO.jpg)
/kanak/media/post_attachments/wp-content/uploads/2018/06/PTI6_3_2018_000055B-300x150.jpg)
/kanak/media/post_attachments/wp-content/uploads/2018/06/farmers-protest-in-meerut_3f215824-671d-11e8-b4a9-2154dcd09999-300x169.jpg)