ଚାଷୀଙ୍କୁ ମିଳୁନି ଫସଲର ଉଚିତ୍ ମୂଲ୍ୟ, ଗାଈଙ୍କୁ ଖୁଆଇବାକୁ ପଡୁଛି ବନ୍ଧାକୋବି

87

ପଶ୍ଚିମବଙ୍ଗର ଜଲପାଇଗୁଡିରେ ବନ୍ଧାକୋବିର ଫସଲ ଏତେ ପରିମାଣରେ ହୋଇଛି ଯେ, କୃୃଷକ ବୁଝିପାରୁନାହାଁନ୍ତି କି ତାହାର କ’ଣ କରିବେ । ଅଧିକ ସଂଖ୍ୟାରେ ବନ୍ଧାକୋବିର ଫସଲ ହେଉଥିବା ଦେଖି ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ତାଙ୍କ କହିବା ଅନୁସାରେ, ବହୁତ ଟଙ୍କା ଖର୍ଚ୍ଚ କରି ଫସଲ ସୃଷ୍ଟି କରୁଛନ୍ତି । କିନ୍ତୁ ଠିକ୍ ସମୟରେ ଉଚିତ୍ ଦାମ ମିଳୁନଥିବାରୁ କ୍ଷତି ହେଉଛି । ପରିବାରର ପ୍ରତିପୋଷଣ କେମିତି କରିବେ । ପରିସ୍ଥିତି ଏମିତି ଯେ, ସେ ବନ୍ଧାକୋବିକୁ ଗାଈଙ୍କୁ ଖୁଆଇବାକୁ ବାଧ୍ୟ ହେଉଛନ୍ତି ।

ଜଲପାଇଗୁଡିର ମୟନାଗୁଡିର ଜମିରେ ବନ୍ଧାକୋବିର ଫସଲ ଗାଈଙ୍କ ଚାରା ବନିଗଲାଣି । ଏହାର ପ୍ରମୁଖ କାରଣ ହେଉଛି ଉଚିତ୍ ଦାମ ମିଳୁନି । ଏକ ପ୍ରକାରରେ କହିବାକୁ ଗଲେ, ଉଚିତ୍ ଦାମ୍ ମିଳୁନଥିବାରୁ କୃଷକମାନେ ରୋଷ ପ୍ରକଟ କରିବାକୁ ଏହି ଉପାୟ ଆପଣାଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଜଲପାଇଗୁଡିର ବଜାରରେ ସର୍ବନିମ୍ନ ୫ରୁ ୭ ଟଙ୍କା ପ୍ରତି କିଲୋ ପିଛା ବନ୍ଧାକୋବି ବିକ୍ରି ହେଉଛି । କୃଷକଙ୍କ କହିବାନୁସାରେ, ୪ କ୍ୱିଣ୍ଟାଲ ବନ୍ଧାକୋବିକୁ ଜମିରୁ ବଜାର ପର୍ଯ୍ୟନ୍ତ ନେଇକି ଯିବାକୁ ୧୫୦ ଟଙ୍କା ଭଡାରେ ଖର୍ଚ୍ଚ ହୋଇଯାଏ । ଏହା ବ୍ୟତୀତ ମାଲ ଓହ୍ଲାଇବାରେ ମଧ୍ୟ ଖର୍ଚ୍ଚ ଦେବାକୁ ପଡେ । ଏହାପରେ ତାଙ୍କୁ ବନ୍ଧାକୋବିର ମୂଲ୍ୟ ମାତ୍ର ୧ଟଙ୍କା ପ୍ରତି କିଲୋ ମିଳେ । ସେଥିପାଇଁ ସେମାନେ ବାଧ୍ୟ ହୋଇ ଗାଈଙ୍କୁ ବନ୍ଧାକୋବି ଖାଇବାକୁ ଦେଉଛନ୍ତି ।