କନକ ବ୍ୟୁରୋ : ଦେଶରେ କୃଷକ ମାନେ ଚଳାଇଥିବା ଆନ୍ଦୋଳନ ଆଜି ୨୩ ଦିନରେ ପହଂଚିଲାଣି । ଏହି ଆନ୍ଦୋଳନକୁ ସାରା ଦେଶର କୃଷକ ମାନେ ସମର୍ଥନ ଜଣାଉଛନ୍ତି । ଶିତ କାକରରେ ଚାଷୀ ମାନେ ସେମାନଙ୍କ ହକ୍ ପାଇଁ ପଡି ରହିଛନ୍ତି । ହେଲେ ସରକାର ଏପର୍ଯ୍ୟନ୍ତ କୃଷକ ମାନଙ୍କ ଆନ୍ଦୋଳନର ସମାଧାନ କଥା ଚିନ୍ତା ନକରି ପୂର୍ବ ତରିକାରେ ଚାଇନା, ପାକିସ୍ତାନ, ଟୁକଡେ ଟୁକଡେ ଗ୍ୟାଙ୍ଗ, ଦେଶ ବିରୋଧୀ ଶକ୍ତି ନା ରେ କୃଷକ ମାନଙ୍କ ଆନ୍ଦୋଳନକୁ ଭାଙ୍ଗିବାକୁ ଚାହୁଁଛନ୍ତି । ହେଲେ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଚିତ୍ର । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବିହାରର ଜଣେ ୬୦ ବର୍ଷର ବୃଦ୍ଧା ୧୧ ଦିନରେ ଏକ ହଜାର କିଲୋମିଟର ସାଇକେଲ ଚଳାଇ ଟିକିରୀ ବୋର୍ଡରେ ପହଂଚିଛନ୍ତି ।
ସୂଚନା ମୁତାବକ ବିହାରର ସୀବାନ ଜିଲ୍ଲାର ବାସିନ୍ଦା ସତ୍ୟଦେବ ମାଂଝୀ ନିରନ୍ତର ଭାବେ ୧୧ ଦିନ ସାଇକେଲ ଚଳାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହା ସହ ସେ ଏକ ଜାତୀୟ ଗଣମାଧ୍ୟମ ମାଧ୍ୟମରେ କୃଷକ ବିରୋଧୀ ୩ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି । ମାଂଝୀ କହିଛନ୍ତି କି ‘ମୋତେ ମୋ ଘର ସିବାନ ଜିଲ୍ଲାରୁ ଏଠାରେ ପହଂଚିବାକୁ ୧୧ ଦିନ ଲାଗିଗଲା । ମୁଁ ଏହି ୩ ଟି କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି । ଏହା ସହ ମୁଁ କୃଷି ଆନ୍ଦୋଳନ ସହିତ ସେପର୍ଯ୍ୟନ୍ତ ରହିବି,ଯେ ପର୍ଯ୍ୟନ୍ତ ସରକାର ବିଲ୍ ପ୍ରତ୍ୟାହାର କରି ନାହାନ୍ତି ’
କହିରଖୁ କି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ମାନେ ୨୬ ନଭେମ୍ବର ଠାରୁ ଲଗାତର ଭାବେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ସେମାନେ ୩ ଟି କଅଷି ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏନେଇ ୫ ଥର ଆଲୋଚନା ହୋଇଥିଲେ ବି ଏହି ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ ।
ଏହାରି ମଧ୍ୟରେ କୃଷକ ସଂଗଠନ ମାନେ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ କରିଥିଲେ । ଡିସେମ୍ବର ୧୪ ତାରିଖରେ ଦେଶର ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଉପବାସ କରି ଅନଶନରେ ବସିଥିଲେ । ହେଲେ ସରକାର ଓ କୃଷକ ମାନେ ଏବେ ବି ତାଙ୍କ ଜିଦ୍ ରେ ଅଟଳ ରହିଛନ୍ତି । ଗତକାଲି ପ୍ରଥମଥର ପାଇଁ ଦିଲ୍ଲୀ ସରକାର ବିଧାନସଭା ଭିତରେ କୃଷି କାନୁନର ପ୍ରତୀକାତ୍ମକ କାଗଜ ଚିରିଛନ୍ତି । ଅନ୍ୟପଟେ ବିଜେପି ଓ ତା’ର ସହଯୋଗୀ ଦଳ ମାନଙ୍କ ବ୍ୟତିତ ଅନ୍ୟ ସମସ୍ତ ରାଜନୈତିକ ଦଳମାନେ କୃଷକଙ୍କ ଆନ୍ଦୋଳନକୁ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି ।
କୃଷକ ଆନ୍ଦୋଳନକୁ ନିଆରା ସମର୍ଥନ । ୧୧ ଦିନ ଧରି ୧ ହଜାର କି.ମି ସାଇକେଲ ଚଳାଇ ଆନ୍ଦୋଳନରେ ସାମିଲ ହେଲେ ୬୦ ବର୍ଷର ବୃଦ୍ଧ
/kanak/media/post_attachments/wp-content/uploads/2020/12/11-19.jpg)