ପାର୍ଲାମେଂଟରେ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ ଆସିବା ପୂର୍ବରୁ କୃଷକଙ୍କ ବଡ଼ ନିଷ୍ପତି: ପ୍ରସ୍ତାବିତ ଟ୍ରାକ୍ଟର ମାର୍ଚ୍ଚ ସ୍ଥଗିତ

114

କନକ ବ୍ୟୁରୋ: ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରାଯିବା ପରେ ବି ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଚାଷୀ ସଂଘର ସମସ୍ତ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ଭିତରେ ଆସନ୍ତା ୨୯ ତାରିଖରେ ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ନିଷ୍ପତି ନେଇଥିଲା । ମାତ୍ର ତାହାକୁ ଏବେ ସ୍ଥଗିତ ରଖାଯାଇଛି । ଆସନ୍ତା ସୋମବାରରୁ ଆରମ୍ଭ ହେବାକୁ ଯାଉଛି । ଆଉ ପ୍ରଥମ ଦିନରେ ୩ କୃଷି ଆଇନ ପ୍ରତ୍ୟାହାର ଲାଗି ବିଧେୟକ ଆଗତ ହେବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ।

ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ନେଇଥିବା ନିଷ୍ପତିକୁ ସ୍ଥଗିତ ରଖିଛି ଚାଷୀ ସଙ୍ଗଠନ । ଟ୍ରାକ୍ଟର ରାଲି ସ୍ଥଗିତ ରହିଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛି ଚାଷୀ ସଙ୍ଗଠନ କହିଛି । ଏମଏସପି ଉପରେ ଆଇନଗତ ମାନ୍ୟତା, ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ପାଇଁ କ୍ଷତିପୂରଣ ଏବଂ ଲଖିମପୁର ଖେରି ହିଂସା ଘଟଣାରେ ନାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଙ୍ଗଠନ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେହିପରି ଆସମ୍ତା ୪ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆଉ ଏକ ବୈଠକ ବସିବ । ଏହାପରେ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଚାଷୀ ସଙ୍ଗଠନ ଚେତାବନୀ ଦେଇଛି ।

ସେପଟେ ସଂସଦର ଶୀତକାଳିନ ଅଧିବେଶନ ଆସନ୍ତା ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଆଉ ଆଧିବେଶନର ପ୍ରଥମ ଦିନରେ ୩ କୃଷି ଆଇନ ପ୍ରତ୍ୟାହାର ଲାଗି ବିଧେୟକ ଆଗତ ହେବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି । ପରେ ସଂସଦୀୟ ପ୍ରକ୍ରିୟାରେ ଆଇନ ଉଚ୍ଛେଦ ହେବ ଳରଦ୍ଭକ୍ଟ ଆଇନ ଉେଚ୍ଛେଦ ପରେ ଚାଷୀମାନେ ଆନ୍ଦୋଳନ କରିବା ଠିକ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ସେହିପରି ଚାଷୀଙ୍କ ଆଉ ଏକ ବଡ ଦାବି ମାନିଛନ୍ତି ସରକାର । ଚାଷୀଙ୍କ ଆଉ ଏକ ଦାବି ମାନିି ଏବେ ନଡା ଜଳାଇବାକୁ ଅପରାଧ ଶ୍ରେଣୀରୁ ହଟାଇ ଦେଇଛନ୍ତି ସରକାର । ଏମଏସପିକୁ ନେଇ ଆଇନ ଆଣିବା ଦାବି ଉପରେ ବିଚାରବିର୍ମଶ କରୁଛନ୍ତି ସରକାର । ଏଥିପାଇଁ ସରକାର ଏକ କମିଟି ଗଠନ କରାଯାଇଥିବା କେନ୍ଦ୍ର କୃଷିମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରୀଙ୍କ ବୟାନ ପରେ ପ୍ରିତିକ୍ରିୟା ରଖିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସରକାରଙ୍କ ପକ୍ଷରୁ ଆସିଥିବା ବୟାନକୁ ଗ୍ରହଣ କରିନାହିଁ ସଙ୍ଗଠନ । ଆନ୍ଦୋଳନବେଳେ ଚାଷୀଙ୍କ ବିରୋଧରେ ଦାୟର ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି କରିଛି ଚାଷୀ ସଙ୍ଗଠନ ।