କନକ ବ୍ୟୁରୋ : ବରଗଡ ଜିଲ୍ଲା ପଦ୍ମପୁର ଉପକଣ୍ଠ ରାଜବୋଡାସମ୍ବର ବ୍ଲକ ଅଫିସରେ ତାଲା ପକାଇଲେ ଚାଷୀ । ବୀମା କମ୍ପାନୀର ଟାଳଟୁଳ ନୀତି ବିରୋଧରେ ତାତି ଉଠିଛନ୍ତି ଶତାଧିକ ଚାଷୀ । ବୀମା କମ୍ପାନୀ ଚାଷୀଙ୍କ ବିମା ଖାରଜ କରିବା ପରେ ବ୍ଲକ ଅଫିସରେ ତାଲା ପକାଇ ଦେଇଛନ୍ତି ଚାଷୀ ।

Advertisment

ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଚାଷୀଙ୍କ ବୀମା ବୈଧ କରିବାକୁ ଦାବି ହୋଇଛି । ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବିମା ପଞ୍ଜିକରଣ କରିଥିବା ବେଳେ ବିମା କମ୍ପାନୀ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ବିମା ଖାରଜ କରୁଥିବା ଅଭିଯୋଗ ହୋଇଛି ।

ସେପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗୁରାଣ୍ଡି ଥାନା ଅଂଚଳରେ ମଣ୍ଡି ସମସ୍ୟା ନେଇ ତାତିଲେ ମହିଳା । ଗୁରାଣ୍ଡି ଥାନା ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟମାନେ । ଶତାଧିକ ମହିଳା ମଣ୍ଡି କାମ ବନ୍ଦ କରି ରାସ୍ତାରୋକ କରିଛନ୍ତି । ମହିଳାମାନେ ରାସ୍ତାରେ ଧାରଣା ଦେବା ପରେ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଧାନ କିଣାବିକାରେ ଅବ୍ୟବସ୍ଥାକୁ ବିରୋଧ କରି ଏହି ପ୍ରତିବାଦ କରିଛନ୍ତି ।