ନରମିଲେ ଚାଷୀ: ମନ୍ତ୍ରୀଙ୍କ ସହ ଆଲୋଚନା ପରେ ମାନିଗଲେ, ଆନ୍ଦୋଳନ ପ୍ରତ୍ୟାହୃତ କଲେ ।

648

କନକ ବ୍ୟୁରୋ: ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ । ଟୋକନ୍ ବ୍ୟବସ୍ଥା ଉଛେଦ ଦାବିରେ ପଶ୍ଚିମ ଓଡିଶାରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା ପରେ ମାନିଯାଇଛନ୍ତି ଆନ୍ଦୋଳନରତ ଚାଷୀ । ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନରତ ଚାଷୀଙ୍କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି କି, ଟୋକନ ନଥିଲେ ବି ଧାନ କିଣାଯିବ । ‘ଚାଷୀ ବିନା ଟୋକନରେ ଧାନ ଆଣିଲେ ବି କିଣାଯିବ’ । ଆଉ ‘ଧାନି ବିକ୍ରି ପାଇଁ କୌଣସି ସମୟ ସୀମା ଧାର୍ୟ୍ୟ କରାଯିବନି’ ଏବଂ ଏହା ‘କେବଳ ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀଙ୍କୁ ଏହି ସୁବିଧା’ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଚାଷୀ ।

ଗତ କେଇଦିନ ହେବ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଥିଲା । ଏପରକି ସମ୍ବଲପୁରର ବରେଇପାଲିରେ ରାସ୍ତା ଉପରେ ଗାଡିରେ ଧାନବସ୍ତା ରଖି ଧାରଣାରେ ବସିଥଲେ ଚାଷୀ । ଡିଆଇଜିଙ୍କ ସହିତ ଆଲୋଚନା ଫେଲ୍ ମାରିବା ପରେ ଓଡିଶା କୃଷକ ସମନ୍ୱୟ ସମିତି ଚାଷୀ ସଂଗଠନ ଆନ୍ଦୋଳନ କରିଥିଲେ ।

ସେପଟେ ଆନ୍ଦୋଳନରତ ଚାଷୀଙ୍କୁ ମନାଇବା ପାଇଁ ଆନ୍ଦୋଳନ ସ୍ଥଳରେ ପହଁଚିଥିଲେ ଶାସକ ଦଳ ଉପ-ମୁଖ୍ୟସଚେତକ ରୋହିତ ପୂଜାରୀ । ଆଉ ସେ ମଧ୍ୟ ଚାଷୀଙ୍କୁ କହିଥିଲେ କି, ୩ ରୁ ୪ ଘଣ୍ଟା ମଧ୍ୟରେ ମିଳିବ ଟୋକନ୍ । ଚାଷୀଙ୍କ ସମସ୍ୟା ନେଇ ସଚିବ ଓ ମନ୍ତ୍ରୀଙ୍କ ସହ କଥା ହୋଇଛି । ଚାଷୀ ସଂଗଠନ ପ୍ରସ୍ତାବକୁ ଗ୍ରହଣ କରାଯାଇଛି ।