ଭଞ୍ଜନଗର ଘୁମୁସର ବନଖଣ୍ଡ ଅଞ୍ଚଳରେ ଚାଷୀଙ୍କୁ ନାକେଦମ କଲେଣି ଜଙ୍ଗଲି ଜନ୍ତୁ : ଫସଲ ବଂଚାଇବାକୁ ମଂଚା ଉପରେ ଜଗୁଛି ମଣିଷ; ଧାନ କ୍ଷେତରେ ବାରହା ଓ ହାତୀ ପଲ କରୁଛନ୍ତି ଉତ୍ପାତ

65

କନକ ବ୍ୟୁରୋ : ବର୍ଷକର ଜୀବିକା ପାଇଁ ଧାନ ଚାଷୀ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । କିନ୍ତୁ ଏବେ ଜଙ୍ଗଲ ଜନ୍ତୁଙ୍କ କବଳରୁ  ଫସଲ ବଂଚାଇବାକୁ  ମଂଚା ଉପରେ ଚାଷୀଙ୍କୁ ଜଗିବାକୁ ପଡୁଛିା ଏଭଳି ଚିତ୍ର ଆସିଛି ଗଞ୍ଜାମ ଭଞ୍ଜନଗର ଅଞ୍ଚଳରୁ ।  କରୋନାର କଠୋର ସମୟରେ  ବର୍ଷା ଅଭାବରୁ  ଚାଷୀ ସମସ୍ୟାର ସମ୍ମୁଖୀନ ହୋଇଥିଲା ।

ଏବେ ଅମଳବେଳକୁ  ପୁଣି ଜଙ୍ଗଲି ଜନ୍ତ ଦାଉ ସାଧିଛନ୍ତି ।  ଭଂଜନଗର ମହାଗୁଡା, ମୁଜାଗଡ, ବୁଦୁଲି ଓ ଅନ୍ୟ ଅଚଂଳରେ ଧାନ ପାଚିବା ସମୟରେ  ଚାଷୀଙ୍କ ଉପରେ ଚଡକ ପଡିଛି । ପାଚିଲା ଧାନ କ୍ଷେତରେ ବାରହା ଓ ହାତୀ ପଲ୍ଲ ଫସନ ନଷ୍ଟ କରିଛନ୍ତି । ଏଭଳି ସ୍ଥିତିରେ ଚାଷୀ ନିଜର ଧାନ  ଫସଲ ବଂଚାଇବାକୁ ଯାଇ କ୍ଷେତକୁ ୨୪ ଘଂଟା ଜଗୁଛନ୍ତି । ଲକଡାଉନ ସମୟରେ  କିଛି ଯୁବକ ବାହାର ରାଜ୍ୟରୁ ଆସି  ନିଜ ଗାଁରେ ଚାଷ କରିଛନ୍ତି ।

ହେଲେ ଅମଳବେଳକୁ ଅମଳ ନେଇ ଚିନ୍ତାରେ ଚାଷୀ । ଆଉ ଏହି ସମୟରେ ମଂଚା କରି  ଜାମି ଚାରିପଟେ ବୁଲି ଫସଲକୁ ସୁରକ୍ଷିତ ରଖିଛନ୍ତି ।   ଚାଷୀ ୨୪ ଘଂଟା ଧରି ଜମିକୁ  ଜଗି ରହିଛନ୍ତି । ଦିନରେ ତଳେ ଥିବା ମଂଚାରେ ଜଗୁଥିବାବେଳେ  ରାତିରେ ଗଛ ଉପରେ ତିଆରି ହୋଇଥିବା ମଂଚାରେ ଜଗିରହିଛନ୍ତି ।  ହାତୀ ଓ ବାରହା ଆସିଲେ  ନିଆଁ , ତୁଳା ଓ ଶିଙ୍ଗ ତୁରୀ ନେଇ ଚାଷୀ ଜଙ୍ଗଲ ଜନ୍ତୁଙ୍କୁ ଘଉଡାଇଥାନ୍ତି ।