କନକ ବ୍ୟୁରୋ: ଚିନ୍ତାରେ ସତ୍ୟବାଦୀ ଅଞ୍ଚଳର ବିରି ଓ ମୁଗ ଚାଷୀ । ସତ୍ୟବାଦୀ ବ୍ଲକର ମହୁରା, କେତକୀପାଟଣା, ବଳରାମପୁରଗଡ, ରାୟଖଣ୍ଡି, ବିଦ୍ୟାଧରପୁର, ପରଜାପଡା ପଂଚାୟତର ହଜାର ହଜାର ଏକର ଜମିରେ ବିରି ମୁଗ ଚାଷ କରିଛନ୍ତି ଚାଷୀ । ହେଲେ ଏବେ ବିରି ଓ ମୁଗ ଗଛରେ ପୋକ ଲାଗିବା ଯୋଗୁଁ ନଷ୍ଟ ହେଉଛି ଚାଷ ।

Advertisment

କୀଟନାଶକ ଔଷଧ ପକାଇଲେ ବି ମାନୁନାହାଁନ୍ତି ପୋକ । ଫଳରେ ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି । ଦିନବେଳେ ପୋକ ସବୁ ମାଟି ତଳେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗଛକୁ ନଷ୍ଟ କରୁଥିବା କହିଛନ୍ତି ଚାଷୀ । ତେବେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି । କୀଟନାଶକ ଔଷଧ ପାଇଁ ଏକର ପିଛା ୫ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି । କିନ୍ତୁ ଗଛରୁ ପୋକ କମୁନାହିଁ । ବିରି ଓ ମୁଗ ଗଛରେ ପୋକ ଲାଗି ପତ୍ର ସବୁ ନଷ୍ଟ କରିଦେଉଛନ୍ତି ।