ମଣ୍ଡିରୁ ଉଠିପାରୁନି ଧାନ : କୋଣାର୍କ ଗୋପ ବ୍ଲକ ଅଂଚଳ ଧାନ ମଣ୍ଡିରେ ଅବ୍ୟବସ୍ଥା; ୧୦ ଦିନ ହେଲା ପଡରହିଛି ବସ୍ତା ବସ୍ତା ଧାନ

ଶୀତକାକରରେ ଧାନ ଜଗିଛନ୍ତି ଚାଷୀ

37

କନକ ବ୍ୟୁରୋ : ଉତ୍ତରଠୁ ଉପକୂଳ ସବୁଠି ଚାଷୀ ସମସ୍ୟା । ନିଜର କଷ୍ଟ ଉପାର୍ଜିତ ଫସଲ ବିକ୍ରି କରିପାରିନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ପ୍ରାୟ ୧୦ ଦିନ ହେଲା ଶୀତ କାକରରେ ଧାନ ଜଗି ରହିଛନ୍ତି ଚାଷୀ ।

ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନ ନାଗପୁର ନିତେଇ ଗୌରୀ ଧାନ ମଣ୍ଡିରେ ଏଭଳି ସମସ୍ୟା ଲାଗି ରହିଛି । ବ୍ୟବସାୟୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରକୃତ ଚାଷୀ ଧାନବିକ୍ରି କରିବାରୁ ବିଂଚିତ ହେଉଥିବା ଅଭିଯୋଗ ହୋଇଛି । ଟୋକନ ଅବ୍ୟବସ୍ଥା ଯୋଗୁଁ ଧାନ ବିକ୍ରି କରିବାରୁ ବଂଚିତ ହେଉଛନ୍ତି ଚାଷୀ । ଏପରିକି ମଣ୍ଡିରେ ବିଭାଗୀୟ ଅଧିକାରୀଙ୍କ ଦେଖା ମଧ୍ୟ ମିଳୁନି । ଯାହାକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଛି ।

Comments are closed.