କନକ ବ୍ୟୁରୋ: ଦିନ ଗଡାଇ ଚାଲିଛି ମିଲର । ଅମଳ ଧାନ ରଖି ଜଗି ବସିଛି ଚାଷୀ । ନିଜ ବର୍ଷକ ପରିଶ୍ରମ ଅମଳ ଧାନକୁ ସମବାୟ ସମିତି ମାଧ୍ୟମରେ ବିକ୍ରି କରିବାକୁ ଦିନ ଦିନ ଧରି ଜଗି ବସିଛି ଚାଷୀ । ଦେବଗଡ ବାରକୋଟ ସମବାୟ ସମିତିରେ ଧାନ ବିକ୍ରି କରିବାକୁ ଚାଷୀ ଆସିଛନ୍ତି । ହେଲେ ମିଲର ନଥିବାରୁ ବାହାରେ ଶୀତ କାକରରେ ଅମଳ ଫସଲ ସହ ଜଗି ବସିଛନ୍ତି ଚାଷୀମାନେ । ପ୍ରାୟ ୧୫ ଜଣ ଚାଷୀଙ୍କୁ ୬୭୨ କ୍ୱିଂଟାଲ ଧାନ ବିକ୍ରି ପାଇଁ ଟୋକନ୍ ଇସ୍ୟୁ କରାଯାଇଥିଲା । ହେଲେ ଚାଷୀ ଆସିଯାଇଥିଲେ ବି ମିଲରଙ୍କ ଦେଖାନାହିଁ ।
ଶୀତ କାକରରେ ରାତିସାରା ନିଜ ଅର୍ଜିତ ଅମଳ ଧାନ ନେଇ ଜଗିିଛନ୍ତି ଚାଷୀ । ଏମାନଙ୍କ ସୁବିଧା ପାଇଁ ୪୫ଟି ଧାନ ମଣ୍ଡି ମାଧ୍ୟମରେ ଧାନ କିଣା ପାଇଁ ମିଲରଙ୍କୁ ନିଯୁକ୍ତ କରାଯାଇଛି । ମାତ୍ର ନିୟୋଜିତ ମିଲରମାନେ ସଠିକ୍ ଭାବେ ଧାନ ସଂଗ୍ରହ କରୁନଥିବାବେଳେ ଚାଷୀ ଅନେକ ଦୁର୍ଦ୍ଦଶା ଭୋଗୁଛି । ବର୍ଷକ ଆହାର କିଭଳି ସୁରକ୍ଷିତ ଭାବେ ବିକ୍ରି କରିବ ସେ ନେଇ ପ୍ରଶାସନକୁ ଅନୁରୋଧ କରିଛି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/vlcsnap-2023-01-17-19h01m58s307.png)