ବରଗଡ ଜିଲ୍ଲାରେ ତାତିଲେ ଚାଷୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭେଡେନ ପଂଚାୟତ ଚାଷୀଙ୍କ ବିକ୍ଷୋଭ

71

କନକ ବ୍ୟୁରୋ : ବରଗଡ ଜିଲ୍ଲାରେ ତାତିଲେ ଚାଷୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ।ନିଜ ହକ ପାଇଁ ରାତିସାରା ଅନିଦ୍ରା ରହି ଆନ୍ଦୋଳନରେ ବସିଛି ବରଗଡ ଜିଲ୍ଲା ଭେଡେନ ପଂଚାୟତ ରେଶମ ଗାଁର ଚାଷୀ । ବରଗଡରେ ରବି ଋତୁରେ ଅମଳ ହୋଇଥିବା ଧାନ ଏବେ ଯାଏଁ ବିକ୍ରି ହୋଇପାରିନାହିଁ ।

ମୌସୁମି ବର୍ଷା ଯୋଗୁଁ କ୍ୱିଂଟାଲ କ୍ୱିଂଟାଲ ଧାନ ଗଜା ହୋଇଯାଇଥିବାରୁ ଚିନ୍ତାରେ ବରଗଡର ଚାଷୀ । ବରଗଡ ଜିଲ୍ଲାରେ ଶହ ଶହ ଚାଷୀ ଏବେ ପର୍ଯ୍ୟନ୍ତ ଟୋକନ ନପାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନି ଦେଇଛନ୍ତି ବରଗଡର ଚାଷୀ ।