କନକ ବ୍ୟୁରୋ: ଚାଷ ଜମିରେ ଗଡୁଛି ଲାଲ ଟହ ଟହ ବିଲାତି । ଅମଳ ହେବାକୁ ଥିବା ଫସଲ କିଭଳି ଉଚିତ ଦରରେ ବିକିବ ସେ ନେଇ ଏବେ ଚିନ୍ତାରେ ପଡିଛି ଚାଷୀ । ଶୀତଳଭଣ୍ଡାର ନଥିବାରୁ କ୍ଷତି ସହି କମ ଦରରେ ବିଲାତିକୁ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । କେନ୍ଦୁଝରରୁ ଆସିଛି ବିଲାତି ଅଭାବୀ ବିକ୍ରୀର ଏଭଳି ଦୃଶ୍ୟ । ଜମିରେ ପେଟି ପେଟି ବିଲାତି ପଡିଛି , କିନ୍ତୁ ଉଚିତ ଦରରରେ କିଣିବାକୁ କେହି ନାହାନ୍ତି ।
କେନ୍ଦୁଝର ଜିଲ୍ଲାର ରାଇସୁଆଁ, ଟିକରପଡା ଓ ପଦମପୁର ଭଳି ବହୁ ପଞ୍ଚାୟତରେ ଟମାଟୋର ଅଭାବୀ ବିକ୍ରୀ ଦେଖାଦେଇଛି । ଚାଷୀ ୩୦ କିଲୋର ଟ୍ରେକୁ କେଉଁଠି ୭୦-୮୦ ଟଙ୍କା ତ ପୁଣି କେଉଁଠି ଶହେରୁ ୧୨୦ ଟଙ୍କା ଅର୍ଥାତ କିଲୋପ୍ରତି ୩ରୁ ୪ଟଙ୍କାରେ ବିକ୍ରୀ କରୁଥିବାରୁ ଚାଷ ଖର୍ଚ୍ଚ ଉଠିବା ବି ସମ୍ଭବ ହେଉନାହିଁ । ଫଳରେ ବିଲାତିକୁ ପିଙ୍ଗିବାକୁ ବାଧ୍ୟ ହେଉଛି ଚାଷୀ । ମୂଳଧନ ମିଳିବା ବି ସମ୍ଭବ ହେଉନାହିଁ । ଶୀତଳ ଭଣ୍ଡାରର ଅଭାବ ବି ଆଉ ଏକ ସମସ୍ୟା ପାଲଟିଛି । କେନ୍ଦୁଝର ଓ ଆନନ୍ଦପୁର ଉପଖଣ୍ଡରେ ବିଲାତିର ଅଭାବୀ ବିକ୍ରୀ ଯୋଗୁଁ ଚାଷୀ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/vlcsnap-2023-01-20-20h48m13s12.jpg)