କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଲାଗିଲା ଫୁଟ ମସାଜ ମେସିନ । କେନ୍ଦ୍ର କୃଷିଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ୧୭ ଦିନ ପୁରିଥିବା ବେଳେ ପ୍ରତିବାଦରୁ ଓହରିବାର ନାଁ ନେଉନାହାନ୍ତି ଚାଷୀ । ଧାରଣା ସ୍ଥଳରେ ଲକ୍ଷାଧିକ କୃଷକ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଉଛନ୍ତି ଅନେକ ସ୍ୱେଚ୍ଛସ୍ୱେବୀ ଅନୁଷ୍ଠାନ ।
ଖାଲସା ଏଡ଼ନାମକ ଏକ ଆନ୍ତର୍ଜାତୀୟ ଏନଜିଓ ପକ୍ଷରୁ ଚାଷୀ ମାନଙ୍କ ପାଇଁ ଫୁଟ୍ ମସାଜ ମେସିନ୍ ଯୋଗାଇଦିଆଯାଇଛି । ପୂର୍ବରୁ ସିଂଘୁ ସୀମାନ୍ତରେ କୃଷକଙ୍କୁ ଗରମ ପାଣି ଯୋଗାଇଦେବା ପାଇଁ ଗିଜରର ବ୍ୟବସ୍ଥା କରିଥିଲା ଏହି ଅନୁଷ୍ଠାନ । ଆଗକୁ ସେମାନଙ୍କ ପାଇଁ ୱାଟର ପ୍ରୁଫ୍ ତମ୍ବୁ ଓ ଗାଧୁଆ ଘର କରାଯିବା ନେଇ କହିଛନ୍ତି ଖାଲସା ଏଡ଼ର ପରିଚାଳନା ନିର୍ଦ୍ଦେଶକ ଅମନପ୍ରିତ୍ । ପ୍ରବଳ ଶୀତରେ ଧାରଣା ଦେଉଥିବା କୃଷକଙ୍କ ପାଇଁ କମ୍ବଳ ଓ ୫ଶହ ଗଦିର ବ୍ୟବସ୍ଥା ମଧ୍ୟ କରିଛି ଖଲସା ଏଡ଼ ସଂଗଠନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/13-16.jpg)