କନକ ବ୍ୟୁରୋ : ଚାଷୀଙ୍କ ସୁବିଧା ହାତେଇ ନେଉଛନ୍ତି ବ୍ୟବସାୟୀ । ଭଡ଼ାରେ ଲାଗିଛି ଚାଷୀଙ୍କ ପାଇଁ ନିର୍ମାଣ ହୋଇଥିବା ଗୋଦାମ । ଚାଷୀଙ୍କ କୃଷିଜାତ ଜିନିଷ ଗଚ୍ଛିତ ରଖିବାକୁ ଗୋଦାମ କରାଯାଇଛି । ହେଲେ ନିୟନ୍ତ୍ରିତ ବଜାର କମିଟି ଦେଇଛି ବ୍ୟବସାୟୀ ମାନଙ୍କୁ । ଏହି ଅଭିଯୋଗ ଆସିଛି କଳାହାଣ୍ଡି ଜୁନାଗଡରୁ । ପ୍ରତିଥର ଚାଷୀ କ୍ଷତିରେ ପଡୁଥିବା ବେଳେ ପ୍ରତିଥର ଚାଷ ନଷ୍ଟ ହେଉଥିବା ବେଳେ କିଭଳି ସେମାନଙ୍କ ଫସଲ ସୁରକ୍ଷିତ ହୋଇ ରହିବ । ଏହାସହ କିଭଳି ସଠିକ୍ ସମୟରେ ଚାଷୀ ଉଚିତ୍ ଦରରେ ବିକ୍ରି କରିପାରିବେ ସେ ନେଇ ଗୋଦମା ବ୍ୟବସ୍ଥା କରାଯାଇଛି । ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୫ଟି ଗୋଦାମ ହୋଇଛି । ଯେଉଁଠି ଚାଷୀର କଷ୍ଟ ଉପାର୍ଜିତ ଫସଲ ରହିବ । ହେଲେ ବଜାର କମିଟି ପକ୍ଷରୁ ବ୍ୟବସାୟୀଙ୍କୁ ଭଡାରେ ଦିଆଯାଇଛି । ଯାହାକୁ ବିରୋଧ କରିବା ସହ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି ।
୧ହଜାର ମେଟ୍ରିକ ଟନ୍ ବିଶିଷ୍ଟ ମୋଟ ୮ଟି ଗୋଦାମକୁ ବ୍ୟବସାୟୀ ମାନେ ନିୟନ୍ତ୍ରିତ ବଜାର ସହିତ ଏଗ୍ରିମେଂଟ କରିଛନ୍ତି । ଯେଉଁଠିି କେବଳ କୃଷିଜାତ ସାମଗ୍ରୀ ରହିବ । ହେଲେ ଏଗ୍ରିମେଂଟ କରିଥିବା ବ୍ୟବସାୟୀ ଚଢା ଦରରେ ଅନ୍ୟ ବ୍ୟବସାୟୀ ମାନଙ୍କୁ ଭଡାରେ ଦେଉଛନ୍ତି । ଯାହାକୁ ବିରୋଧ କରାଯାଇଥିବା ବେଳେ ନିଜ ପ୍ରତିକ୍ରିୟା ରଖିଛନ୍ତି ଭଡାରେ ନେଇଥିବା ବ୍ୟବସାୟୀ ମାନେ ।
ବର୍ଷ ସାରା ପରିଶ୍ରମ କରି ଆହାର ଯୋଗାଉଥିବା ଚାଷୀ ମାନଙ୍କ କଷ୍ଟ ଅର୍ଜିତ ଫସଲ ସଂରକ୍ଷିତ ରଖିବାକୁ ଏହି ଗୋଦାମ ରଖାଯିବା ଜରୁରୀ ହୋଇଛି ।