କନକ ବ୍ୟୁରୋ: ଜୟପୁରରେ ପାଣି ପାଇଁ ମୁଖ୍ୟଯନ୍ତ୍ରୀଙ୍କୁ ଘେରିଲେ ଚାଷୀ । ରବି ଚାଷ ପାଇଁ ଚାଷୀ ତର ତର ହେଉଥିବା ବେଳେ ବିଲକୁ ମିଳୁନି ପାଣି । ଧାନ ଗଜା ହୋଇ ମରୁଡ଼ି ହେବାକୁ ବସିଲାଣି । ପାଣି ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ପାତର ଅନ୍ତର ନିତି ଯୋଗୁଁ ଚାଷୀଙ୍କୁ ପାଣି ମିଳୁନଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ମୁଖ୍ୟ ଯନ୍ତ୍ରୀଙ୍କୁ ଘେରିଛନ୍ତି ଚାଷୀ ।
ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ଅନେକ ପରିବାର ନିଜର ଭିଟା ମାଟି ହରାଇଛନ୍ତି । ବଳକା ଜମିରେ ଚାଷୀ ଚାଷ କରିଥିବା ବେଳେ ଏବେ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି ଜଳସେଚନ । ଡ୍ୟାମ ଠାରୁ ୨୪ କିଲୋମିଟର ଦୂରରେ ଥିବା ଜମିକୁ ଜଳସେଚନ ହେଉଛି । ହେଲେ ଡ୍ୟାମ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଜମିକୁ ପାଣି ମିଳୁନାହିଁ । କୋରାପୁଟ ଜିଲ୍ଳା ବରିପୁଣ ପଚାଂୟତରେ ପ୍ରାୟ ୨୫୦ ହେକ୍ଟର ଜମିରେ ପାଣି ମାଡ଼ୁନଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/41.jpg)