କନକ ବ୍ୟୁରୋ: ଗାଁ ଗାଁରେ ମେଳି ବାନ୍ଧିଳେଣି ଚାଷି । ଡେଙ୍ଗୁରା ଦେଇ ଏକାଠି ହେଉଛନ୍ତି । ଅଭାବି ବର୍ଷା ସାଙ୍ଗକୁ ଜଳ ସେଚନର ଅବ୍ୟବସ୍ଥା ଉଜାଡି ଦେଇଛି ଚଳିତ ବର୍ଷର ଧାନ ଚାଷ । ବର୍ଷ ସାରା ଖାଇବେ କଣ ଆଉ ଚାଷ ପାଇଁ ଆଣିଥିବା ରୁଣ ପରିଷୋଧ କରିବେ କିପରି ତାହାକୁ ନେଇ ଚାଷୀ ଆତଙ୍କିତ ହୋଇପଡିଛନ୍ତି । ଗଂଜାମ

Advertisment

ଧରାକୋଟ ବ୍ଲକ ଝାଡବନ୍ଧ ଗାଁରେ ଚାଷୀ ଆନ୍ଦୋଳନ କରିବାକୁ ଏକାଠି ହେଲେଣି । କ୍ଷତି ପୁରଣ ପାଇଁ ଦାବିରେ ଆନ୍ଦୋଳନ ପାଇଁ ସବୁ ଚାଷୀ ଏକାଠି ହେବାକୁ ଢେଣ୍ଡୁରା ଦିଆଯାଉଛି । ଚାଷୀମାନେ ଗାଁରେ ସଭା କରି ଆଲୋଚନା କରିଛନ୍ତି । ବାରମ୍ବାର ଧାନ ଫସଲ ନଷ୍ଟ ନେଇ ଗୁହାରି କରିଥିଲେ ବି କେହିଁ ସୁଣୁ ନାହାନ୍ତି । ତେଣୁ ଗାଁ ଲୋକେ କମିଟି ଗଠନ କରି ଗାଁର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଛନ୍ତି । କ୍ଷତି ହୋଇଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରି ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏହାସହ ପଂଚାୟତକୁ ମରୁଡି ଘୋଷଣା ସହ କୃଷି ଛାଡ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।