କନକ ବ୍ୟୁରୋ: ବର୍ଷା ଦେଖି ଚାଷୀ ଗତ ଧାନ ବିକ୍ରି ଅବ୍ୟବସ୍ଥାକୁ ଭୁଲି ପୁଣି ଥରେ ଧାନ ଚାଷ ଆରମ୍ଭ କରିଛି । ହେଲେ ଆରମ୍ଭରୁ ହିଁ ଚାଷୀ ମୁଣ୍ଡରେ ଚଡକ ପଡିଛି । କାରଣ ଚାଷ ପାଇଁ ଆବଶ୍ୟକ ୟୁରିଆ ସାର ମିଳୁନି । ଯଦି ବା କେଉଁଠି ମିଳୁଛି ତାହା ଚଢା ଦରରେ । ୟୁରିଆ ସାର ବସ୍ତାକୁ ୨୮୦ ଟଙ୍କାରେ ବିକ୍ରି କରିବା ପାଇଁ ସରକାର କହୁଥିବା ବେଳେ ବଲାଙ୍ଗୀରରେ ଅସାଧୁ ବ୍ୟବସାୟୀ ୪୦୦ରୁ ଅଧିକ ଟଙ୍କାରେ ବିକୁଛନ୍ତି । ଏହାସହ ଅଦରକାରୀ ସାମଗ୍ରୀ ମଧ୍ୟ କିଣିବାକୁ ବାଧ୍ୟ କରୁଛନ୍ତି । ସାର ସହ ଅଦରକାରୀ ସଲଫର ୧୪୦ ଟଙ୍କାରେ ବିକ୍ରି କରିବା ପାଇଁ ସବ ଡିଲରଙ୍କୁ ବଲାଙ୍ଗିରର ଅଥରାଇଜ ଡିଲର ବାଧ୍ୟ କରୁଥିବା ଜଣାପଡିଛି ।
ବଲାଙ୍ଗିର ଜିଲ୍ଲାରେ ୨୦୨୧-୨୨ ଖରିଫ ଚାଷ ପାଇଁ ୨୨ ହଜାର କ୍ୱିଣ୍ଟାଲ ସାର ଦରକାର । ଆବଶ୍ୟକ ଅନୁସାରେ ସାର ମଧ୍ୟ ଆସିଛି । ହେଲେ ଖୁଜେନ ପାଲିରେ ଥିବା ଅଥରାଇଜ ଡିଲର ଡିପୋରୁ ବିଭିନ୍ନ ସବ ଡିଲରଙ୍କ ପାଖକୁ ଯିବା ବେଳକୁ ବାଟମାରଣ ହୋଇ ଅତି ନିମ୍ନମାନର ଗୋଡି ମିଶା ସାର ପଠା ଯାଉଛି । ଯାହାକୁ ଚଢା ଦରରେ ଚାଷୀ କିଣୁଛନ୍ତି, ବ୍ୟବସାୟୀ ମାଲାମାଲ ହେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ବିଭାଗୀୟ ଅଧିକାରୀମାନେ ସବୁ ଜାଣି ଚୁପ ରହୁଛନ୍ତି । ଜିଲ୍ଲା କୃଷି ନିର୍ଦେଶକ ମଧ୍ୟ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି ।
ଖରା ବର୍ଷା ଶୀତରେ ମାଟି ସହ ମାଟି ହୋଇ ଫସଲ ଫଳାଉଛନ୍ତି ଚାଷୀ । ନିଜେ ଖାଇବା ସହ ଅନ୍ୟଙ୍କ ମୁହଁରେ ଆହାର ଯୋଗାଉଥିବା ଅନ୍ନଦାତା ଚାଷ ଆରମ୍ଭରୁ ହିଁ ଶୋଷଣର ଶିକାର ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/vlcsnap-2021-07-30-18h01m28s914.png)