ପାଣି ପାଇ ଉତ୍ସାହିତ ଚାଷୀ। ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଜଳଯୋଗାଣ ଆରମ୍ଭ

135

କନକ ବ୍ୟୁରୋ: ଚାଷ ପାଇଁ ପାଣି ପାଇ ଉତ୍ସାହିତ ଚାଷୀ । ଖରିଫ ଚାଷ ପାଇଁ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଜଳଯୋଗାଣ ଆରମ୍ଭ ହୋଇଛି । ଚଳିତବର୍ଷ ମୌସୁମୀ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଚାଷ ବିଳମ୍ବିତ ହୋଇଛି । ଗତ ୨ ଦିନ ଦେବ କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇଛି । ଆଉ ଏହାରି ଭିତରେ ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି ଛଡାଯାଇଛି । ଜିଲ୍ଲାର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ପ୍ରକଳ୍ପର ବାମ ଓ ଡାହାଣ କେନାଲରେ ପାଣି ଛଡାଯାଇଛି । ଜୟପାଟଣା, କଲମପୁର, ଜୁନାଗଡ, କୋକସରା, ଧର୍ମଗଡ, ଗୋଲାମୁଣ୍ଡା, ଭବାନୀପଟଣା ଓ କେସିଙ୍ଗା ଅଂଚଳର ଚାଷ ଜମିରେ କେନାଲ ପାଣି ପହଂଚିବା ପରେ ବର୍ଷା ନହେଲେ ବି ଚାଷୀ କାମ କରିପାରିବେ । ଏହାକୁ ନେଇ ଉପରମୁଣ୍ଡର ଚାଷୀ ବେଶ ଖୁସି ଥିବା ବେଳେ ତଳମୁଣ୍ଡର ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି