କନକ ବ୍ୟୁରୋ: ଅବ୍ୟବସ୍ଥା ଘେରରେ ଉଦ୍ୟାନ କୃଷି ବିଭାଗ । ରକ୍ଷଣାବେକ୍ଷଣ ଅଭାବରୁ ବିହନ ନଷ୍ଟ । କର୍ମଚାରୀଙ୍କ ଅବହେଳା ଏବେ ଚାଷୀଙ୍କ ପାଇଁ ପାଲଟିଛି କାଳ । ଶହଶହ ବସ୍ତାରେ ଖତ ଖାଉଛି କଂଚା ଓ ହଳଦୀ । ଏହି ଦୃଶ୍ୟ ହେଉଛି କଳାହାଣ୍ଡି ଜିଳ୍ଲା ଜୟପାଟଣା ବ୍ଳକର ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟର । ଚାଷୀଙ୍କୁ ସୁଲଭ ମୂଲ୍ୟରେ ବିହନ ଯୋଗାଇ ଦେବାକୁ ବସ୍ତା ବସ୍ତା ହଳଦୀ ଓ ଅଦା ଆସିଛି । ଗତ ୧୦ରୁ ୬ଶହ ବସ୍ତା ହଳଦୀ ଓ ୨୧୦ ବସ୍ତା ଅଦା ଆସିଥିବାବେଳେ ତାହା ଏବେ ପଡି ନଷ୍ଟ ହୋଇଯାଇଛି । ତାସହିତି ଅନେକ ଚାରା ଓ ଅନ୍ୟ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । କର୍ମଚାରୀଙ୍କ ସମ୍ପୁର୍ଣ୍ଣ ଅବହେଳା ସାଙ୍ଗକୁ ଚାଷୀଙ୍କୁ ସଠିକ୍ ସମୟରେ ବଂଟନ କରାଯାଉନଥିବାରୁ ଏହି ସମସ୍ୟା ଉପୁଜିତିବା ଅଭିଯୋଗ କରିଛନ୍ତି ଚାଷୀ ମାନେ ।
ଅନେକ ଦିନର ଦାବି ପରେ ଜୟପାଟଣାରେ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ସ୍ଥାପନ ହେଲା । ପରେ କାର୍ଯ୍ୟକ୍ଷମ ମଧ୍ୟ ହେଲା । ହେଲେ ଏପର୍ଯ୍ୟନ୍ତ ଆନୁସାଙ୍ଗିକ ବ୍ୟବସ୍ଥା ହୋଇପାରିଲା ନାହିଁ । କାର୍ଯ୍ୟାଳୟରେ ଶୀତଳ ଭଣ୍ଡାର ନଥିବ।।ରୁ ନଷ୍ଟ ହୋଇଯାଉଛି ଚାରା ଓ ବିହନ । ମାତ୍ର ୩ ଜଣ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟାଳୟ ଚାଲିଥିବା ବେଳେ କର୍ମଚାରୀ ନଥିବାରୁ ଚାଷୀଙ୍କୁ ସଠିକ୍ ସମୟରେ ବିହନ ଯୋଗାଯାଇପାରୁନି । ଖୁବଶୀଘ୍ର ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯିବା ସହିତ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯାଇ ସମାଧାନ କରାଯିବା ଜରୁରୀ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/06/24-3.jpg)