କନକ ବ୍ୟୁରୋ: ଧାନ ମଣ୍ଡିରେ ଉଠୁନି ଚାଷୀଙ୍କ ଧାନ । ମିଲର୍ସଙ୍କ ମନ ଇଛାରେ ଚାଲିଛି ସରକାରୀ ମଣ୍ଡି । ଆଉ ସବୁ ଜାଣି ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି । ଚାଷୀ ପରଶ୍ରମ କରି ଚାଷ କରିଥାଏ , କିନ୍ତୁ ମଣ୍ଡିରେ ମିଲର୍ସ ଓ କିଛି କର୍ମଚରୀଙ୍କ ମନମାନୀ ଯୋଗୁଁ ବଲାଙ୍ଗୀର ଚାଷୀ ଶୋଷଣର ଶିକାର ହେଉଛନ୍ତି । ବଲାଙ୍ଗିରରେ ବିଭିନ୍ନ ପ୍ୟାକ୍ସରେ ଶହଶହ ବସ୍ତା ଧାନ ପଡି ରହିଛି । ଟାର୍ଗେଟ ସରିଗଲା ବୋଲି ମିଲର୍ସ ଧାନ ଉଠାଉ ନଥିବା ଅଭିଯୋଗ ହୋଇଛି ।

Advertisment