ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ । ଖୋର୍ଦ୍ଧା ଜିଲ୍ଲାକୁ ମରୁଡ଼ି ଘୋଷଣା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଚାଷୀଙ୍କ ଦାବି

107

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାକୁ ମରୁଡ଼ି ଘୋଷଣା ଦାବି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଲେ ଚାଷୀ । ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ କ୍ଷେତ ଉଜୁଡ଼ି ଯାଇଛି । ଏପଟେ ଚାଷୀ କରିଥିବା ରୁଣ ଶୁଝିବାକୁ ସକ୍ଷମ ନୁହନ୍ତି । ତେଣୁ ଜିଲ୍ଲାକୁ ମରୁଡ଼ି ଘୋଷଣା ସହ ରୁଣ ଛାଡ଼ ପାଇଁ ଚାଷୀ ଦାବି କରିଛନ୍ତି ।

ସାଙ୍ଗରେ ଜଳିଯାଇଯାଇଥିବା ଧାନଗଛକୁ ନେଇ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ, ଆଉ ନିଜ ଦାବି ଜଣାଇଛନ୍ତି । ବେଗୁନିଆ ବ୍ଲକର ଦେଉଳି ପଞ୍ଚାୟତ ଓ ହଜ ପଞ୍ଚାୟତର ଚାଷୀମାନେ ନିଜ ଦୁଃଖ ଜଣାଇଥିଲେ ।

ସେପଟେ ପାଖରେ ଅମଳ ଧାନ, ହେଲେ କେବେ ମଣ୍ଡି ଖୋଲିବ ତାକୁ ଅପେକ୍ଷା କରି ରହିଛି ଚାଷୀ । ଧାନ ବିକ୍ରି ପାଇଁ ଜଗି ଜଗି ଶେଷରେ ଆନ୍ଦୋଳନ ମୁହାଁ ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡର ଚାଷୀ । ପଦ୍ମପୁର ଅଞ୍ଚଳର ଚାଷୀ ଚେତାବନୀ ଦେଇ କହିଛନ୍ତି, ଆଗାମୀ ସାତ ଦିନ ମଧ୍ୟରେ ମଣ୍ଡି ନ ଖୋଲିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନ ଜମା କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।