ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ଧାନ: କୁଚିଣ୍ଡାରୁ ଆସିଲା ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର; କୁଚିଣ୍ଡା ଉପଖଣ୍ଡରେ ଏବେବି ପଡି ରହିଛି ହଜାର ହଜାର ବସ୍ତା ଧାନ

ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ଧାନ: କୁଚିଣ୍ଡାରୁ ଆସିଲା ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର; କୁଚିଣ୍ଡା ଉପଖଣ୍ଡରେ ଏବେବି ପଡି ରହିଛି ହଜାର ହଜାର ବସ୍ତା ଧାନ

କନକ ବ୍ୟୁରୋ: ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ଧାନ । ହନ୍ତସନ୍ତ ହେଲେ ଚାଷୀ । ମିଲର ଧାନ ଟାର୍ଗେଟ ଉଠାଇ ସାରିଥିବା ବେଳେ, ବଳକା ଧାନ ମଣ୍ଡିରେ ପଡିରହିଛି ଧାନ । କୁଚିଣ୍ଡା ଉପଖଣ୍ଡରେ ବିଭିନ୍ନ ମଣ୍ଡରେ ପାଖାପାଖି ଲକ୍ଷାଧିକ ଧାନ ବସ୍ତା ପଡିରହିଥିବା ବେଳେ ଗତକାଲି ଅଦିନିଆ ବର୍ଷା ଚାଷୀର ଦୁଃଖକୁ ଦ୍ୱିଗୁଣିତ କରିଦେଇଛି ।

publive-image

କେବେ ସରକାର ଟୋକନ ଅବଧି ବଢାଇବେ, ଆଉ କେବେ ଚାଷୀ ଧାନ ବିକିବେ, ସେ ନେଇ ଚିନ୍ତାରେ ଅଛନ୍ତି ଅନ୍ନଦାତା । ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ପଡିଥିବା ଅଧିକାଂଶ ଧାନ ଓଦା ହୋଇଯାଇଛି । ଫଳରେ ମଣ୍ଡିକୁ ଆସି ଓଦା ବସ୍ତା ବଦଳାଇବା ସହ ଭିଜିଲା ଧାନକୁ କଣ କରିବ ସେ ନେଇ ଚିନ୍ତାରେ ଚାଷୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe