ଅନ୍ନଦାତାଙ୍କ ଆନ୍ଦୋଳନ ଆଗରେ ନଇଁଲା କେନ୍ଦ୍ର: ତୁରନ୍ତ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ; ଆଜି ଦିନ ୧୧ଟାରେ ପରବର୍ତ୍ତୀ ନିଷ୍ପତି ପାଇଁ ଆନ୍ଦୋଳନକାରୀଙ୍କ ବୈଠକ

155

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସମସ୍ତ ଆନ୍ଦୋଳନକାରୀ ସିଂଘୁ ଓ ଟିକରୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆନ୍ଦୋଳନର ପରବର୍ତୀ ସ୍ଥିତି କଣ ହେବ ସେ ନେଇ ଆଜି ଦିନ ୧୧ଟାରେ ବୈଠକ ଆନ୍ଦାଳନରତ ଚାଷୀଙ୍କ ବୈଠକ ବସିବ । ଏଥିରେ ନିଷ୍ପତି ନିଆଯିବ ଆନ୍ଦୋଳନକାରୀ ସୀମାରେ ରହିବେ ଓ ସୁରରକ୍ଷିତ ସ୍ଥାନକୁ ଯିବେ । ସେପଟେ କେନ୍ଦ୍ର ସରକାର ପ୍ରସ୍ତାବ ଉପରେ ଚାଷୀନେତା କହିଛନ୍ତି , ଆଲୋଚନା ପାଇଁ କୌଣସି ସର୍ତ ରଖାଯିବା ଉଚିତ ନୁହେଁ ।

ଗତକାଲି ଏକ ଭିଡିଓ ମେସେଜ୍ ଜାରି କରିି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, ଚାଷୀଙ୍କ ସବୁ ସମସ୍ୟା ଓ ଦାବି ସଂପର୍କରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ । ଡିସେମ୍ବର ୩ରେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଅମିତ ଶାହା । ଯଦି ଏହା ପୂର୍ବରୁ ଆଲୋଚନା କରିବାକୁ ଚାଷୀ ଚାହାନ୍ତି, ତେବେ ସରକାର ଯେଉଁ ସ୍ଥାନକୁ ଚୂଡାନ୍ତ କରିଛନ୍ତି, ସେଠାରେ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଚାଷୀଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ପ୍ରସ୍ତୁତ ହେଉଥିବା ବେଳେ ଏପଟେ ଦିଲ୍ଲୀ ସିଂଘୁ ସୀମାରେ ଜମିବାରେ ଲାଗିଛି ହଜାର ସଂଖ୍ୟକ ଚାଷୀଙ୍କ ଭିଡ । କେନ୍ଦ୍ର ସରକାର ନିରଙ୍କରୀ ଗ୍ରାଉଣ୍ଡରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ ପାଇଁ ଚାଷୀଙ୍କୁ ଅନୁମତି ଦେଇଥିଲେ ସୁଦ୍ଧା ଏହାକୁ ମାନିବାକୁ ନାରାଜ ଚାଷୀ ନେତା ।