ଦିଲ୍ଲୀରେ ଏକାଠି ହେଉଛନ୍ତି ଚାଷୀ : ମୋଦୀ ସରକାରଙ୍କ ନୂଆ କୃଷକ ଆଇନକୁ ଜୋରଦାର ବିରୋଧ; ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ହରିୟାଣା ସୀମା ସିଲ୍

ସେପଟେ ବନ୍ଦକୁ ବିରୋଧ କରି ଅଗରତାଲାରେ ବାହାରିଲା ବିଜେପି ରାଲି

159

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ ଓ ହରିଆଣାରେ ଚାଷୀ କରିବେ ବିଶାଳ ପ୍ରତିବାଦ ପ୍ରଦର୍ଶନ । ଭାରତୀୟ କୃଷକ ୟୁନିୟନ ଡାକରାରେ ଆଜି ଦିଲ୍ଲୀରେ ଏକାଠି ହେବେ ହଜାର ହଜାର କୃଷକ । ଏମାନେ କେନ୍ଦ୍ରରେ ମୋଦି ସରକାର ଆଣିଥିବା ନୂଆ କୃଷକ ଆଇନକୁ ବିରୋଧ କରୁଛନ୍ତି । ତେବେ ଚାଷୀଙ୍କ ପ୍ରତିବାଦ ରାଲିକୁ ଦୃଷ୍ଟିରେ ରଖି ଦିଲ୍ଲୀ-ହରିଆଣା ସୀମାରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସେହିପରି ହରିଆଣାରେ ମଧ୍ୟ ପଞ୍ଜାବ ସୀମାକୁ ଲାଗି ରହିଥିବା ଅଂଚଳକୁ ସିଲ କରିଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅଗରତାଲାରେ ପ୍ରତିବାଦକାରୀ ଚାଷୀଙ୍କ ଉପରେ ପାଣିମାଡ କରାଯାଇଥିଲା । ତଥାପି ଚାଷୀମାନେ ଆଗକୁ ବଢୁଥିବା ଜଣାପଡିଛି । ଏପଟେ ହରିଆଣା ସରକାର କହିଛନ୍ତି, ପଞ୍ଜାବକୁ ଲାଗି ରହିଥିବା ସୀମାକୁ ଆଗାମୀ ୨ ଦିନ ଯାଏଁ ବନ୍ଦ ରଖାଯାଇଛି । ସେପଟେ ଦିଲ୍ଲୀରେ କରୋନାର ସଂକ୍ରମଣ ଭୟାବହ ହେଉଥିବାରୁ ଚାଷୀମେଳି ବିରୋଧରେ କଠୋର ହୋଇପାରେ ପୋଲିସ । ଚାଷୀଙ୍କ ଆନ୍ଦୋଳନକୁ ଆଖିରେ ରଖି ମେଟ୍ରୋ ସେବାରେ କେତେକ ପରିବର୍ତନ କରାଯାଇଛି । ଫଳରେ ଅପରାହ୍ନ ୨ଟା ଯାଏଁ ଦିଲ୍ଲୀରୁ ନୋଏଡା, ଫରିଦାବାଦ, ଗାଜିଆବାଦ ଓ ଗୁରୁଗ୍ରାମକୁ ମେଟ୍ରୋ ଟ୍ରେନ ଚଳାଚଳ ବନ୍ଦ ରହିବ ।