କନକ ବ୍ୟୁରୋ: ଚାଷୀମାନଙ୍କ ପାଇଁ ସାହାରା ପାଲଟିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତିକନପୁର ଗ୍ରାମର ପ୍ରଗତୀ କୃଷକ କ୍ଲବ୍ । ଚାଷୀ ମାନେ ମିଳିତ ହୋଇ ପ୍ରତିଷ୍ଠା କରିଥବା ଏହି କ୍ଲବ୍ ସ୍ଥାନୀୟ ଅଞ୍ଚଳର ଚାଷୀ ଏବଂ କ୍ଲବରେ ସଦସ୍ୟ ଥିବା ଚାଷି ମାନଙ୍କୁ ଯୋଗାଉଛି ଆର୍ଥିକ ସହାୟତା । ଚାଷୀମାନେ କୃଷକ କ୍ଲବରୁ କମ ସୁଦ୍ଧରେ ରୁଣ ନେଇ ବିଭିନ୍ନ ପ୍ରକାରର ଚାଷ କରିବା ସହିତ ଭଲ ଦୁଇ ପଇସା ରୋଜଗାର କରି ହୋଇ ପାରିଛନ୍ତି ଆତ୍ମନିର୍ଭରଶିଳ ।
କୃଷକଙ୍କ ବିପଦର ବନ୍ଧୁ ସାଜିଛି କୃଷକ କ୍ଲବ । କେନ୍ଦ୍ରାପଡ଼ାରେ କିଛି ଚାଷୀ ଏକାଟି ହୋଇ ଏକ କ୍ଲବ ଗଠିନ କରିବା ସହ ଏକାଠି ଚାଷ କାମ କରୁଛନ୍ତି । ଆର୍ଥିକ ବିକାଶକୁ ନଜରରେ ରଖି କେନ୍ଦ୍ରାପଡ଼ା ତିକନପୁର ଗାଁର ପ୍ରାୟ ୨୦ ଜଣ ଚାଷୀ ମିଳିତ ଭାବେ ଆରମ୍ଭ କରିଥିଲେ ପ୍ରଗତି କୃଷକ କ୍ଲବ । ମାସିକ ୧୦୦ ଲେଖାଏଁ ଆଦାୟ କରି କ୍ଲବର ଆକାଉଣ୍ଟରେ ଜମା ରଖି ଏହାକୁ ଆବଶ୍ୟକ ସମୟରେ ଖର୍ଚ୍ଚ କରନ୍ତି । କ୍ଲବରେ ସଦସ୍ୟ ଥିବା ଚାଷୀ ଏବଂ ସ୍ଥାନୀୟ ଅଞ୍ଚଳର ଚାଷୀମାନେ କମ ସୁଦ୍ଧରେ ରୁଣ ନେଇ ଜମିରେ ଧାନ, ପନି ପରିବା, ଆଖୁ ଏବଂ ବିଭିନ୍ନ ପ୍ରକାରର ଡାଲି ଯାତୀୟ ଫସଲ କରି ପରିବାର ଚଳାଇବା ସହିତ କ୍ଲବରୁ ନେଇଥିବା ରୁଣ ଟଙ୍କା ପରିଶୋଧ କରିପରୁଛନ୍ତି । ଯାହା ଫଳରେ ଚାଷ ସମୟରେ ଆବଶ୍ୟକ ହେଉଥିବା ଅର୍ଥପାଇଁ ସେମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ ।
କୃଷକ କ୍ଲବର ସଦସ୍ୟ ମାନେ ମିଳିତ ଭାବେ ପ୍ରାୟ ୨ ଏକର ଜମିରେ ବାଇଗଣ, ଭେଣ୍ଡି, ପୋଇ, ଫୁଟିକାକୁଡି ଏବଂ କଲରା ଇତ୍ୟାଦି ଚାଷ କରିଛନ୍ତି । ପ୍ରତିଦିନ ମିଳିତ ହୋଇ ଜମିରେ କୋଡ଼ାଖୁସା ସହିତ ପାଣି ମଡାଇବା ପରି ସମସ୍ତ କାର୍ଯ୍ୟ କରୁଛନ୍ତି । କୁଇଣ୍ଟାଲ କୁଇଣ୍ଟାଲ ବାଇଗଣ ସହିତ ବିଭିନ୍ନ ପନିପରିବା ସ୍ଥାନୀୟ ଅଞ୍ଚଳରେ ବିକ୍ରୟ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ପ୍ରଗତୀ କୃଷକ କ୍ଲବ୍ର ଏପରି ଏକ ନିଆରା ପ୍ରାୟାସ ସ୍ଥାନୀୟ ଅଂଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କୃଷକ ମାନଙ୍କ ବିକାଶରେ ସାମିଲ ହୋଇ ଅନ୍ୟ ମାନଙ୍କ ପାଇଁ ପାଲଟିଛି ପ୍ରେରଣାର ଉତ୍ସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/06/vlcsnap-2022-06-12-20h23m28s920.png)