କନକ ବ୍ୟୁରୋ : ଭାରତ ବନ୍ଦ ଡାକରା ଦେଲେ ଆନ୍ଦୋଳନରତ କୃଷକ । ଡିସେମ୍ବର ୮ରେ ଏହି ବନ୍ଦ ଡାକରା ଦିଆଯାଇଛି । କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି କୃଷକ । ୪ ଥର ବୈଠକ ପରେ ବି ନିଷ୍କର୍ଷ ବାହାରିପାରୁନି । ଏହାସହ ଏବେ ଯାଏଁ କୃଷକ ଆନ୍ଦୋଳନ ଜାରି ରଖିଛନ୍ତି ।
ନୂତନ କୃଷିବିଲକୁ ବିରୋଧ କରି ପଞ୍ଜାବ, ହରିଆଣା ଓ ଦେଶର ଅନ୍ୟକିଛି ରାଜ୍ୟର ଚାଷୀ ମାନେ ୮ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ବିଲରେ ସେମାନେ ସର୍ବନିମ୍ନ ସହାୟକ ରାଶିକୁ ଆଇନସିଦ୍ଧ କରିବାକୁ ଦାବି କରିଥିବା ବେଳେ ବିଲରେ ଥିବା କଣ୍ଟାକ୍ଟ ଫାର୍ମିଂକୁ ବିରୋଧ କରିଛନ୍ତି । ଏନେଇ ସେମାନେ ଶୀତ କାକରରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଏନେଇ ଚାଷୀ ନେତା ଓ ସରକାରଙ୍କ ଭିତରେ ୪ ଥର ବୈଠକ ବସି ସାରିଲାଣି ।
ହେଲେ ବୈଠକରେ କିଛି ନିସ୍ପତ୍ତି ବାହାରିପାରୁ ନଥିବା ବେଳେ ଚାଷୀ ମାନେ କିନ୍ତୁ ଆନ୍ଦୋଳନରୁ ଓହୁରିବାକୁ ରାଜି ହୋଇ ନାହାନ୍ତି । ଆସନ୍ତା କାଲି ପୁଣି ସରକାର ଓ କୃଷକ ମାନଙ୍କ ମଧ୍ୟରେ ବୈଠକ ବସିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହି ଆନ୍ଦୋଳନକୁ ବିଶେଷ କରି ପଞ୍ଜାବର କୃଷକ ମାନେ ନେତୃତ୍ୱ ନେଉଥିବା ବେଳେ ସେଠାକାର ନେତା, ଖେଳାଳୀ, ଲେଖକ ଆଦି କୃଷକ ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ରସରକାରଙ୍କ ଦ୍ୱାରା ସେମାନଙ୍କୁ ଦିଆଯାଇଥିବା ପୁରସ୍କାର ଫେରସ୍ତ କରିବାରେ ଲାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/12/10-3.jpg)