ନିଆଳିରେ ଚାଷ ପାଇଁ ପାଣି କିଣୁଛି ଚାଷୀ : ଆଶ୍ୱିନ ମାସରେ ଧାନ ଜମି ଶୁଖିଲା, ମାଟି ଫାଟି ଆଁ କଲାଣି; ଏପଟେ କେନାଲରେ ଆସୁନି ପାଣି, ଚାଷ ବଂଚାଇବାକୁ ଏବେ ପାଣି କିଣୁଛି ଚାଷୀ

Advertisment
ନିଆଳିରେ ଚାଷ ପାଇଁ ପାଣି କିଣୁଛି ଚାଷୀ : ଆଶ୍ୱିନ ମାସରେ ଧାନ ଜମି ଶୁଖିଲା, ମାଟି ଫାଟି ଆଁ କଲାଣି; ଏପଟେ କେନାଲରେ ଆସୁନି ପାଣି, ଚାଷ ବଂଚାଇବାକୁ ଏବେ ପାଣି କିଣୁଛି ଚାଷୀ

କନକ ବ୍ୟୁରୋ : ନିଆଳିରେ ବିକଳ ଚିତ୍ର । ପଇସା ଦେଇ ଧାନ ବିଲକୁ ପାଣି କିଣୁଛି ଚାଷୀ । ଆଶ୍ୱୀନରେ ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଛି । ଯେଉଁ ସମୟରେ ଚାଷୀ ହସିବା କଥା ସେ ସମୟରେ ଏମିତି ପାଣି ଅଭାବକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି । ମରୁଡି ଆଶଙ୍କାରେ ଚାଷୀ ଭାଙ୍ଗି ପଡିଛି । ବିଲରେ ପାଣି ନାହିଁ ।

ନିଆଳି ମାଧବରୁ ପିତାପଡା କେନାଲରେ କେନାଲ ପାଣି ଆସୁନଥିବାରୁ ଚାଷୀର ଚିନ୍ତା ବଢିଯାଇଛି । ଚାଷୀ ଧାନ ଚାଷୀକୁ ବଂଚାଇବାକୁ ନିଜେ ବ୍ୟୟ ବହୁଳ ଉପାୟରେ ଜଳସେଚନ ଆପଣେଇଛି । ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe