କନକ ବ୍ୟୁରୋ : ନିଆଳିରେ ବିକଳ ଚିତ୍ର । ପଇସା ଦେଇ ଧାନ ବିଲକୁ ପାଣି କିଣୁଛି ଚାଷୀ । ଆଶ୍ୱୀନରେ ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଛି । ଯେଉଁ ସମୟରେ ଚାଷୀ ହସିବା କଥା ସେ ସମୟରେ ଏମିତି ପାଣି ଅଭାବକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି । ମରୁଡି ଆଶଙ୍କାରେ ଚାଷୀ ଭାଙ୍ଗି ପଡିଛି । ବିଲରେ ପାଣି ନାହିଁ ।
ନିଆଳି ମାଧବରୁ ପିତାପଡା କେନାଲରେ କେନାଲ ପାଣି ଆସୁନଥିବାରୁ ଚାଷୀର ଚିନ୍ତା ବଢିଯାଇଛି । ଚାଷୀ ଧାନ ଚାଷୀକୁ ବଂଚାଇବାକୁ ନିଜେ ବ୍ୟୟ ବହୁଳ ଉପାୟରେ ଜଳସେଚନ ଆପଣେଇଛି । ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/24-29.jpg)