ଫସଲ ବୀମା ଦାବି ନେଇ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ : ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ଏକାଠି ହେଲେ ଚାଷୀ; ୫ଟି ପଂଚାୟତର ଚାଷୀଙ୍କ ରାସ୍ତାରୋକ

19

କନକ ବ୍ୟୁରୋ : ଫସଲ ବୀମା ଦାବି ନେଇ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ । ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ଏକାଠି ହେଲେ ଚାଷୀ  । କରିକଟା ଛକ ନିକଟରେ ଚାଷୀ ମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ।  । ବ୍ୟାଙ୍କ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁ ଭରତପୁର ସମବାୟ ସମିତି ଅଧିନରେ ଥିବା ୫ଟି ପଂଚାୟତର ଚାଷୀଙ୍କ ଫସଲ ବୀମା ନମିଳିବାରୁ ରାସ୍ତାରୋକ କରିଛନ୍ତି ।

ପୂର୍ବରୁ ମଧ୍ୟ କଟକ ସମବାୟ ବ୍ୟାଙ୍କ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଥିଲେ ମଧ୍ୟ ଦାବି ପୂରଣ ହୋଇନଥିଲା । ଫଳରେ ବାଧ୍ୟ ହୋଇ ଚାଷୀ ମାନେ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ଏକାଠି ହୋଇ ରାସ୍ତା ରୋକ କରିଛନ୍ତି ।

 

Comments are closed.