କନକ ବ୍ୟୁରୋ : ଫସଲ ବୀମା ଦାବି ନେଇ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ । ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ଏକାଠି ହେଲେ ଚାଷୀ । କରିକଟା ଛକ ନିକଟରେ ଚାଷୀ ମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । । ବ୍ୟାଙ୍କ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁ ଭରତପୁର ସମବାୟ ସମିତି ଅଧିନରେ ଥିବା ୫ଟି ପଂଚାୟତର ଚାଷୀଙ୍କ ଫସଲ ବୀମା ନମିଳିବାରୁ ରାସ୍ତାରୋକ କରିଛନ୍ତି ।
ପୂର୍ବରୁ ମଧ୍ୟ କଟକ ସମବାୟ ବ୍ୟାଙ୍କ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଥିଲେ ମଧ୍ୟ ଦାବି ପୂରଣ ହୋଇନଥିଲା । ଫଳରେ ବାଧ୍ୟ ହୋଇ ଚାଷୀ ମାନେ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ଏକାଠି ହୋଇ ରାସ୍ତା ରୋକ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-13-14h02m33s117.png)