ରାସ୍ତା ଉପରେ ଧାନ ବୋଝେଇ ଗାଡି । ଧାନ କିଣାରେ ଅବ୍ୟବସ୍ଥା ନେଇ ସମ୍ବଲପୁର–ଝାରସୁଗୁଡା ରାସ୍ତା ରେଙ୍ଗାଲିରେ ରାସ୍ତା ଅବରୋଧ କଲେ ଚାଷୀ ।
କନକ ବ୍ୟୁରୋ : ରାସ୍ତା ଉପରେ ଧାନ ବୋଝେଇ ଗାଡି । ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ଆଣି ସମ୍ବଲପୁର–ଝାରସୁଗୁଡା ରାସ୍ତା ରେଙ୍ଗାଲିଠାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ବୋଝେଇ ଗାଡି ରାସ୍ତା ଉପରେ ଛିଡା କରିଛନ୍ତି । ଏହାସହ ବିକ୍ଷୋଭ ମଧ୍ୟ କରିଛନ୍ତି ଚାଷୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁସାରେ ଚାଷୀଙ୍କ ପାଖରେ ଟୋକନ ଅଛି, ହେଲେ ମିଲରେ ଟାର୍ଗେଟ ନାହିଁ । ଫଳରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ଫଳରେ ଅସନ୍ତୁଷ୍ଟ ଚାଷୀ ଆଜି ରାସ୍ତାରୋକ କରିଛନ୍ତି । ଚାଷୀଙ୍କ ରାସ୍ତାରୋକ ଫଳରେ ସମ୍ବଲପୁର ଝାରସୁଗୁଡାରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।