ଚାଷୀ ଉପରେ କରୋନା ମାଡ । ବିଲରେ ପଡି ନଷ୍ଟ ହେଉଛି ଟ୍ରକ ଟ୍ରକ ପରିବା। ତାଲାବନ୍ଦ ଯୋଗୁଁ କିଣିବାକୁ ଆସୁ ନାହାଁନ୍ତି ବେପାରୀ

320

କନକ ବ୍ୟୁରୋ: ଚାଷୀଙ୍କ କ୍ଷେତରେ କରୋନା ମାଡ । ବିଲରେ ପଡି ନଷ୍ଟ ହେଉଛି ଟ୍ରକ ଟ୍ରକ ପରିବା । କଟକ ନିିଆଳି ବ୍ଲକ ସରାକୂଳ ଗାଁରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । କରୋନା ଯୋଗୁଁ ବିକ୍ରି ନ ହୋଇ ବିଲରେ ପଡିରହିଛି ପରିବା । କିଣିବାକୁ ନାହାନ୍ତି ବେପାରୀ । ଧାରକରଜ କରି ଚାଷୀ ଏଠାରେ ପରିବାର ଚାଷ କରିଥିଲା । କିନ୍ତୁ ଏବେ କରୋନା ଚାଷୀର ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଛି । ଟ୍ରକ ଟ୍ରକ ଟମାଟ ବିଲରେ ପଡିରହିଛି । ବାଇଗଣ, ମୂଳା ଓ ଅନ୍ୟାନ୍ୟ ପନିପରିବା ପଚିଷଢି ନଷ୍ଟ ହେଉଛି ।

ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଚାଷୀର ଗୁହାରୀ ସେହି ବିଲ ମୁଣ୍ଡରେ । ଚାଷୀ ଆଖିରେ ଆଖିଏ ଲୁହ । କଟକ ଜିଲ୍ଲା ନିଆଳି ବ୍ଲକ ସରାକୂଳ ଗାଁର ଚାଷୀମାନେ ବିଭିନ୍ନ ପ୍ରକାର ଚାଷ କରିଥିଲା । ଟମାଟୋ ,ବାଇଗଣ ,ଭେଣ୍ଡି , ପୋଟଳ , କୋବି , ଝୁଡୁଙ୍ଗ ,କଲରା ,କାକୁଡି , ମୁଳା , ଲଙ୍କା ,ଜହ୍ନି । ଏ ବର୍ଷ ଭଲ ଫସଲ ହୋଇଥିଲା । ଆଶା କରିଥିଲା ଭଲ ଦୁଇପଇସା ହେବ । ଚାଷୀର ଆଶାକୁ ଛଡେଇ ନେଲା ମହାମାରୀ କରୋନା । ଟମାଟୁ ବିଲରେ ପଡି ପଚି ନଷ୍ଟ ହୋଉଛି । ଟମାଟୁ କିଲୋ ମାତ୍ର ୨ଟଙ୍କା । ସେହି ୨ ଟଙ୍କାରେ ଟମାଟୁ ନେବା ପାଇଁ ବେପାରୀ ନାହାନ୍ତି । ଫଳରେ ବିକ୍ରୀ ନହେଇ ହେକ୍ଟର ହେକ୍ଟର ଟମାଟୋ ବିଲରେ ଘରେ ପଡି ନଷ୍ଟ ହେଉଛି ।