କନକ ବ୍ୟୁରୋ : ଶ୍ରାବଣରେ ବର୍ଷା ନାହିଁ । ସବୁଆଡ଼େ ମରୁଡ଼ିର ପଦଧ୍ୱନି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରରେ ବର୍ଷା ହେବାରୁ ଚାଷୀ କେମିତି ଚାଷ କାମ କରିବ ସେ ଚିନ୍ତାରେ । ମୌସୁମୀ ଓଡିଶା ଛୁଇଁବା ପରେ ଅଳ୍ପ କିଛି ପ୍ରଥମ ଥର ବର୍ଷା ହୋଇଥିଲା । ଏହା ପରେ କିନ୍ତୁ ଆଉ ସେଭଳି ବର୍ଷା ହୋଇନାହିଁ । ଯାହା ଚାଷ ପାଇଁ ଆବଶ୍ୟକ । ତେଣୁ ଚାଷୀ ଭାଇମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

Advertisment

ସମୟ ବିଳମ୍ବ ହେବା ସହ ଆକାଶରେ ମେଘ ନାହିଁ , ଏହିଭଳି ପରିସ୍ଥିତିରେ କେତେକ ଚାଷୀ କୋଦାଳରେ ଜମିର ମାଟିକୁ ହାଣି ଚାଲିଥିବା ବେଳେ ବର୍ଷା ହେଲେ ସେଥିରେ ତଳି ପକାଇ ବର୍ଷକର ଆହାର ଗଣ୍ଡାକ ଯୋଗାଡ଼ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ସେହିଭଳି କେତେକ ଚାଷୀ ବୋରୱେଲରୁ ଉଠା ଜଳସେଚନ ଯୋଗେ କ୍ଷେତରେ ପାଣି ମଡାଇ ସେଥିରେ ପାୱାର ଟିଲର ସାହାଯ୍ୟରେ ଚାଷକରି ତଳି ପକାଇବାକୁ ଚେଷ୍ଟା ଜାରି କରିଛନ୍ତି ।