ଚାଷୀଙ୍କୁ କରୋନା ଠାରୁ ଅଧିକ କଷ୍ଟ ଦେଉଛି ଅଭାବୀ ବର୍ଷା : ପାଣି ନଥିବାରୁ କେନ୍ଦ୍ରାପଡା ରାଜକନିକାରେ ଶୁଖି ଗଲାଣି ତଳି ଜମି; ପଡିଆ ପଡିଛି ହଜାର ହଜାର ହେକ୍ଟର ଜମି

123

କନକ ବ୍ୟୁରୋ : ମହାମାରୀ କରୋନା କାଳରେ ସବୁଆଡେ କାମ ଧନ୍ଦା ଠପ୍ ହୋଇଯାଇଛି । ସବୁ ରୋଜଗାର ପନ୍ଥା ବନ୍ଦ ହୋଇଯିବା ପରେ ଚାଷ ଉପରେ ନିର୍ଭର କରିଥିଲେ ଚାଷୀ । ଖରିଫ ଚାଷ କାମ ଠିକ୍ ସମୟରେ ଆରମ୍ଭ ହେବ ଭଲ ଅମଳ ହେବ । ହେଲେ ମହାମାରୀ କରୋନାକୁ ବଳିଗଲା ଅଭାବୀ ବର୍ଷା । ଠକ୍ ପରିମାଣର ବର୍ଷା ନହେବାରୁ କେନ୍ଦ୍ରାପଡା ରାଜକନିକା ଅଂଚଳରେ ଗଜା ମରୁଡି ଦେଖାଦେଇଛି ।

ସେପଟେ ଆଖୁ ଚାଷ କରି ପରିବାର ପୋଷିବା ଆଶା ମଉଳି ଯାଇଛି । ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କରୋନା ଆଖୁଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଜଗନ୍ନାଥପାଟଣା ଗାଁର ଆଖୁ ଚାଷୀଙ୍କ ଆଖିରେ ଲୁହ ଆଣି ଦେଇଛି କରୋନା କଟକଣା । ଚିନକଳ ବନ୍ଦ ହେବା ଏବଂ ଆଖୁ କାଟିବା ପାଇଁ ଶ୍ରମିକ ନମିଳିବାରୁ ଚାଷୀଙ୍କ ଆଶା ମଉଳି ଯାଇଛି ।