ସମ୍ଭାବ୍ୟ ବାତ୍ୟା ବଢ଼ାଇଲା ଚାଷୀର ଚିନ୍ତା: ବର୍ଷା ଆଶଙ୍କାରେ ଫସଲ ଅମଳରେ ଲାଗିପଡ଼ିଛନ୍ତି ଚାଷୀ

167

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ତରବରିଆ ଭାବେ ଫସଲ କାଟି ସୁରକ୍ଷିତ କରିବାକୁ ଚେଷ୍ଟା କରୁଛି ଚାଷୀ । ଧାନ ଅମଳ ସମୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ତରବରିଆ ହୋଇ ଧାନ କାଟୁଛନ୍ତି ଚାଷୀ । କଟା ଯାଇଥିବା ଧାନ କିପରି ସୁରକ୍ଷିତ ରହିବ ସେନେଇ ବିଭିନ୍ନ ଉପାୟ କରୁଛି ଚାଷୀ । କିଏ କଟା ଯାଇଥିବା ଧାନ ଉଂଚ୍ଚା ସ୍ଥାନରେ ରଖୁଛି ଆଉ ଏକ ଧାନ ମଳି ଘରକୁ ନେବାକୁ ଚେଷ୍ଟା କରୁଛନ୍ତି । ଗଂଜାମ ଜିଲ୍ଲା ଖଲିକୋଟ ଅନେକ ଜାଗାରେ ଚାଷୀ କଂଚା ଧାନ କାଟି ନେଉଛି । ସେପଟେ ଖଲ୍ଲିକୋଟ ଅଂଚଳରେ ପ୍ରାୟ ଆହୁରି ୬୦ରୁ ୭୦ ଭାଗ ଜମିରେ ଧାନ ଫସଲ ରହିଥିବାରୁ ପବନରେ ଧାନ ଗଛ ନଷ୍ଟ ହେବାର ଆଶଙ୍କା ମଧ୍ୟ ରଖିଛନ୍ତି ଚାଷୀ ।