ଆନ୍ଧ୍ର ପରେ ଛତିଶଗଡର ନାଲିଆଖି : ଘୁମରା ପଦର ଡ୍ୟାମରୁ ଅଚାନକ ପାଣି ଛାଡିଦେବାରୁ ଚାଷୀ ପ୍ରବଳ କ୍ଷତିଗ୍ରସ୍ତ, ଏକର ଏକର ଜମିରେ ପନିପରିବା ଚାଷ ନଷ୍ଟ

106

କନକ ବ୍ୟୁରୋ : ଛତିଶଗଡ଼ର ପୁଣି ନାଲିଆଖି । ମହାନଦୀ ପାଣିକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପୁଣି ଥରେ ମନମାନି କରିଛି ଛତିଶଗଡ଼ । ଅଚାନକ ପାଣି ଛାଡ଼ିଦେବାରୁ ନଦୀ ପଠାରେ ହେଉଥିବା ଫସଲ ନଷ୍ଟ ହୋଇଛି । ଯାହା ପାଇଁ ନବରଙ୍ଗପୁର ଜିଲ୍ଲାର ଚାନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଂଚାୟତର ଅନେକ ଚାଷୀ କ୍ଷତି ସହିଛନ୍ତି । ଛତିଶଗଡ଼ ରାଜ୍ୟ ଆମଲିପଦର ପଂଚାୟତ ଘୁମରାପଦର୍ ଡ୍ୟାମର ପାଣି ଅଚାନକ ଛାଡ଼ି ଦେବାରୁ ନଦୀ ପଠାରେ ହୋଇଥିବା ପ୍ରାୟ କୋଡ଼ିଏ ଏକର ଜମିର ପନିପରିବା ଚାଷ ପାଣି ପଶି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ତେଲ ନଦୀର ଉପର ମୁଣ୍ଡରେ ଏହି ଡ଼୍ୟାମ କରିଛି ଛତିଶଗଡ଼ । ବିଲର ସୁନାର ଫସଲ ଏଭଳି ଅବସ୍ଥା ଦେଖି ଚିନ୍ତାରେ ପଡ଼ି ଯାଇଛି ଚାଷୀ ।