କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲଚନା । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଏହା ଭିତରେ ଆଜିକୁ ୩୫ ଦିନରେ ପହଂଚିଲାଣି ଆନ୍ଦୋଳନ ।
ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ ରଖିଛନ୍ତି । ଚାଷୀଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ରାଜି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଦାନ ହେଉ । ପ୍ରଧାନମନ୍ତ୍ରୀ ସବୁବେଳେ ଚାଷୀଙ୍କ ପାଇଁ ଚିନ୍ତିତ । ନୂଆ କୃଷି ଆଇନ ଚାଷୀଙ୍କ ହିତ ପାଇଁ ହୋଇଛି । ଚାଷୀ, ଗରିବଙ୍କୁ ନେଇ ସରକାର ସମ୍ବେଦନଶୀଳ । ଧନବାନ ଭାରତ ପାଇଁ ଧନବାନ କୃଷକ ଜରୁରୀ । ଚାଷୀଙ୍କ ସ୍ୱାର୍ଥ ବିରୋଧରେ କେବେ ବି ନିଷ୍ପତ୍ତି ନେଇପାରିବୁନୁ । ଆବଶ୍ୟକ ପଡିଲେ ଆଇନରେ ସଂଶୋଧନ ପାଇଁ ପ୍ରସ୍ତୁତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/5-39.jpg)