କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ଖୋଲିଲା ବାଟ । କୃଷକ ନେତା କହିଲେ ନିସର୍ତ୍ତ ଆଲୋଚନା ପାଇଁ ରାଜି ହୋଇଛନ୍ତି ଅମିତ୍ ଶାହା

204

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ସମାପ୍ତ କରିବା ପାଇଁ ସରକାର ଆଗକୁ ଆସିଛନ୍ତି । ଭାରତୀୟ କିଷାନ ୟୁନିୟନର ଅଧ୍ୟକ୍ଷ ବୁଟା ସିଂ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଧ୍ୟାହ୍ନରେ ତାଙ୍କ ସହିତ କଥା ହୋଇଛନ୍ତି । ଏହାସହ କୃଷକ ନେତୃତ୍ୱଙ୍କ ସହିତ ସେ ନିସର୍ତ୍ତ ଆଲୋଚନା କରିବାକୁ ରାଜି ହୋଇଛନ୍ତି । ଖୁବଶୀଘ୍ର ସେ ଏନେଇ ଚିଠି କରିବେ ବୋଲି କହିଛନ୍ତି ବୁଟା ସିଂ ।

ସୋମବାର ମଧ୍ୟାହ୍ନରେ ବୁଟା ସିଂ କୃଷକ ମାନେ ଆନ୍ଦୋଳନ କରୁଥିବା ଟିକରୀ ସୀମାରେ ପହଂଚିଥିଲେ । ଯେଉଁଠାରେ କି ସେ ଗଣମାଧ୍ୟମକୁ ଏହି କଥା କହିଛନ୍ତି । ସେ କହିଛନ୍ତି କି ଗୃହମନ୍ତ୍ରୀ ଅମିତ୍ ଶାହା ତାଙ୍କ ସହିତ ୧୨.୩୦ ରେ କଥା ହୋଇଛନ୍ତି । ହେଲେ ଆନ୍ଦୋଳନରତ କୃଷକ ମାନେ ବୁରାଡି ଗ୍ରାଉଣ୍ଡକୁ ଯିବା ପାଇଁ ଶାହା ଦେଇଥିବା ପ୍ରସ୍ତାବକୁ ସେ ଅଗ୍ରାହ୍ୟ କରିଦେଇଥିବା କଥା କହିଛନ୍ତି । ଅନ୍ୟପଟେ କଥାବାର୍ତ୍ତା ପାଇଁ ଚିଠି ପାଇବା ପରେ ଆସନ୍ତା କାଲି ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି ।

ଆପଣଙ୍କୁ କହିରଖୁ କି କୃଷକ ମାନଙ୍କ ସହିତ ଆଲୋଚନା କରିବାକୁ ଏହା ପୂର୍ବରୁ ବି ଅମିତ ଶାହା ନିମନ୍ତ୍ରଣ କରିଥିଲେ । ହେଲେ କୃଷକ ମାନେ ସେମାନଙ୍କ ଦାବିରୁ ହଟିବାକୁ ଚାହୁଁ ନଥିଲେ । ଅନ୍ୟପଟେ ସର୍ତ୍ତମୂଳକ କଥାବାର୍ତ୍ତା ପାଇଁ କୃଷକ ମାନେ ରାଜି ହୋଇନଥିଲେ ।
ସେପଟେ ସରକାର କୃଷକ ମାନଙ୍କୁ ବୁରାଡି ଗ୍ରାଉଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଦେଇଥିବା ଉପଦେଶ ଉପରେ କୃଷକ ମାନେ କହିଥିଲେ କି ବୁରାଡିକୁ ଡାକି ନେଇ ସରକାର ସେମାନଙ୍କୁ ବନ୍ଦି କରିବାକୁ ଚାହୁଁଛନ୍ତି ।