କନକ ବ୍ୟୁରୋ : କୃଷକ ବନାମ ସରକାର । ଓଡିଶା ଓ ମହାରାଷ୍ଟ୍ରରେ ଏବେ ଏଭଳି ପରିସ୍ଥିତି । ରାଜରାସ୍ତାରେ ସରକାର ବିରୋଧୀ ନାରା ଦେଇ ଆନ୍ଦୋଳନକୁ ଓହ୍ଲାଇ ଆସିଛନ୍ତି ଚାଷୀ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ କରିଛନ୍ତି ଆନ୍ଦୋଳନ । ନବ ନିର୍ମାଣ କୃଷକ ସଂଗଠନ କହିଛି, ଦାବି ପୂରଣ ହେବାଯାଏଁ ଆନ୍ଦୋଳନ ଚାଲିବ । ସେପଟେ ମହାରାଷ୍ଟ୍ରର ନାସିକରୁ ପ୍ରାୟ ୧୮୦ କିଲୋମିଟର ଚାଲି ଚାଲି ଆସି ମୁମ୍ବାଇରେ ମେଳି ବାନ୍ଧିଛନ୍ତି ୩୫ ହଜାର ଚାଷୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us