କନକ ବ୍ୟୁରୋ: ଭାଗ ଚାଷୀଙ୍କ ୫୦ ବର୍ଷର ଲଢ଼େଇ । ୩୩ ବର୍ଷ ବୟସରେ ଯୁବାବସ୍ଥାରେ ହକ୍ ପାଇଁ ଲଢେଇ ଆରମ୍ଭ କରିଥିଲ, ୮୨ ବର୍ଷରେ ପରିଣତ ବୟସରେ ସୁପ୍ରିମକୋର୍ଟରୁ ନ୍ୟାୟ ମିଳିଛି । ପୁରୀ ଜିଲ୍ଲା ସଦରବ୍ଲକ ବୀର ନରସିଂହପୁର ସତରବଖରା ଗାଁର ସୁରେନ୍ଦ୍ର ନାଥ ପଣ୍ଡା । ଯାହାଙ୍କର ବୟସ ଏବେ ୮୨ ବର୍ଷ । ଭାଗ ଚାଷୀର ହକ ପାଇଁ ଦୀର୍ଘ ୧୯୭୫ ମସିହାରୁ ନ୍ୟାୟ ପାଇଁ ନିବେଦନ କରିଆସୁଥିଲେ ସରକାରୀ ବାବୁ ଓ ନ୍ୟାୟାଳୟ ମଧ୍ୟମରେ ସବୁଠାରୁ ନିରାଶ ହେଲା ପରେ ୨୦୨୩ ମସିହା ଅଗଷ୍ଟ ମାସ ୧୮ରେ ମାନ୍ୟବର ସୁପ୍ରିମକୋର୍ଟ ଓ ଉଚ୍ଚ ନ୍ୟାୟାଳୟ ଓଡିଶାଙ୍କ ଆଦେଶ କ୍ରମେ ପୁରୀ ତହସିଲଦାର କ୍ଷୀରୋଦ ବେହେରା ଜମିର ଭାଗ ଚାଷୀ ଶ୍ଵତ ଅଧିକାରୀ ହିସାବରେ ଘୋଷଣା କରିଛନ୍ତି । ପୁରୀ ଶିଉଳି ମୌଜା ଖାତା ନମ୍ବର ୧୯୭ ପ୍ଲଟ ନମ୍ବର ୧୪୦ ଚକ ନମ୍ବର ୪୩ ରେ ଥିବା ୧ ଏକର ୭୬ ଡ଼ିସିମିଲି ବିରକିଶୋର ପୁର ଗାଁର ଲଷ୍ମୀଧର ପଣ୍ଡାଙ୍କ ଚାଷ ଜମିକୁ ବୀରନରସିଂହ ପୁର ଗାଁର ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଜେଜେ ବାପା ସ୍ୱର୍ଗତ ଗୋପୀ ନାଥ ପଣ୍ଡା ଓ ବାପା କାଶୀନାଥ ପଣ୍ଡା ୧୯୨୮ ମସିହାରୁ ୧୯୭୫ ମସିହା ପର୍ୟ୍ୟନ୍ତ ଦୀର୍ଘ ୫୭ ବର୍ଷ ଧରି ଭାଗ ଚାଷ କରିଆସୁଥିଲେ ।

Advertisment

ଏହାରି ଭିତରେ ଚଞ୍ଚକତା କରି ଜମି ମାଲିକ ଲଷ୍ମୀଧର ପଣ୍ଡା ଉକ୍ତ ଜମିକୁ ଅନ୍ୟ ଏକ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ । ଫଳରେ ବାପା ଜେଜେ ଅମଳରୁ ଭାଗ ଚାଷ କରି ନିଜର ପରିବାର ପ୍ରତିପ୍ରଷୋଣ କରୁଥିବା ସୁରେନ୍ଦ୍ର ନାଥ ପଣ୍ଡା ନିଜର ହକ ଓ ନ୍ୟାୟ ପାଇଁ ୧୯୭୫ରେ ଭାଗ ଚାଷୀ ୩୬କ ଧାରା ଭାଗ ଚାଷୀ ମକଦମା ଆଧାରରେ ପୁରୀ ସଦର ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ । କିନ୍ତୁ ୧୯୭୬ ମସିହାରେ ଏହାକୁ ସ୍ଥାନୀୟ ତହସିଲଦାର ଖାରଜ କରିଦେଇଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ସୁରେନ୍ଦ୍ର ଙ୍କର ଲଢେଇ । ସାଇକେଲରେ ପୁରୀରୁ ଉଚ୍ଚ ନ୍ୟାୟାଳୟ କୁ ଦୌଡ଼ି ଦୌଡ଼ି ନ୍ୟାୟରୁ ବଞ୍ଚିତ ହେଉଥିଲେ ସୁରେନ୍ଦ୍ର । ଜୀବନରେ କେବେ ଚପଲ ପିନ୍ଧି ନଥିବା ସୁରେନ୍ଦ୍ର କୋର୍ଟ କଚେରୀର ଦୁଆରେ ଦୌଡ଼ି ଦୌଡ଼ି ନିଜର ପରିବାରକୁ ଭୁଲିଯାଇଥିଲେ । ଗରିବୀ ରେଖା ଭିତରେ ଥିବା ଏହି ପରିବାର ନାୟ ପାଇଁ କଟକ ଉଚ୍ଚ ନୟାଳୟରେ ଆବେଦନ ପରେ ବି ଟଙ୍କା ଅଭାବରୁ କେଶ ଲଢ଼ି ନଥିଲେ କେହି ବାଧ୍ୟ ହୋଇ ଜଜଙ୍କ ଅନୁମତି କର୍ମେ ନିଜେ ନିଜର କେଶକୁ ଲଢ଼ିଥିଲେ ସୁରେନ୍ଦ୍ର ନାଥ ପଣ୍ଡା ।

୫୦ ବର୍ଷର ଲଢେଇ
- ୧୯୭୮ରେ ଏଡିଏମ୍ ପୁରୀରେ ଆବେଦନ
-୧୯୮୨ରେ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଆବେଦନ
-୧୯୮୨ରେ କଟକ ହାଇକୋର୍ଟରେ ଆବେଦନ
- ୧୯୮୬ରେ ଓଏଲ୍ଆର୍ କୋର୍ଟରେ ଆବେଦନ
- ୧୯୯୪ରେ କଟକ ହାଇକୋର୍ଟରେ ପୁନଃ ଆବେଦନ
- ୨୦୦୬ରେ ଘଟଣାକୁ ଗୁରୁତର ସହ ନେଇଥିଲେ ହାଇକୋର୍ଟର ତତ୍କାଳୀନ ଜଷ୍ଟିସ୍
- ବିନା ଓକିଲରେ ନିଜେ ନିଜ ମାମଲାକୁ ଉପସ୍ଥାପନ କରିଥିଲେ ଆବେଦନକାରୀ ସୁରେନ୍ଦ୍ର ନାଥ ପଣ୍ଡା
- ୨୦୦୮, ଜୁଲାଇ ୨୨ରେ ସୁରେନ୍ଦ୍ରଙ୍କୁ ଭାଗ ଚାଷୀ ସତ୍ୱ ଅଧିକାରୀ ଘୋଷଣା କରିଥିଲେ ହାଇକୋର୍ଟ
-ଏହାକୁ ଚ୍ୟାଲେଂଜ କରି ପୁନଃ ବିଚାର ପାଇଁ ଆବେଦନ କରିଥିଲେ ଜମି ମାଲିକ ପିତାମ୍ବର ଓ ଲକ୍ଷ୍ମୀଧର
- ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁରେନ୍ଦ୍ର ନାଥ ପଣ୍ଡା
-୨୦୧୦ରେ ପୁରୀ ରେଭିନ୍ୟୁ ଅଫିସର ଓଡିଶା ପ୍ରଶାସନକୁ ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ
- ୨୦୧୦ରୁ ୨୦୨୨ ପର୍ଯ୍ୟନ୍ତ କେହି ମାନିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
-ପୁଣି ୨୦୨୨ରେ ଓଡି଼ଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଭାଗ ଚାଷୀ
- ୨୦୨୩, ଅଗଷ୍ଟରେ ସୁପ୍ରିମକୋର୍ଟ ଓ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁରେନ୍ଦ୍ରଙ୍କୁ ଭାଗ ଚାଷୀ ସତ୍ୱ ଅଧିକାରୀ ଘୋଷଣା କରିଛନ୍ତି ପୁରୀ ତହସିଲଦାର କ୍ଷୀରୋଦ ବେହେରା