ଚାଷୀମାନଙ୍କ ପାଇଁ ଖୁସି ଖବର! ପନିପରିବା ତାଜା ରଖିବାକୁ ସୌରଶକ୍ତି ଚାଳିତ ପୋର୍ଟେବଲ ଶୀତଳ ଭଣ୍ଡାରକୁ ଲଞ୍ଚ୍ କରିବ କମ୍ପାନୀ ।

52

ଦେଶର ଅଗ୍ରଣୀ କୁଲିଙ୍ଗ୍ ସଲ୍ୟୁସନ୍ ଇକ୍ୟୁପମେଣ୍ଟ ଯୋଗାଣକାରୀ କମ୍ପାନୀ ଆଇସ୍ ମେକ୍ ରେଫ୍ରିଜିରେସନ୍ ଲିମିଟେଡ୍ ପକ୍ଷରୁ ସୌର ଶକ୍ତି ଚାଳିତ ପୋର୍ଟେବଲ୍ କୋଲ୍ଡ ଷ୍ଟୋରେଜ୍ ଯୁନିଟକୁ ଓଡିଶାରେ ଲଞ୍ଚ କରାଯାଇଛି। ବିଶେଷ କରି ଓଡିଶାର ଗ୍ରାମାଞ୍ଚଳ ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ଶୀତଳ ଭଣ୍ଡାର ବ୍ୟବସ୍ଥା ସୁଦୃଢ କରିବା ଉଦ୍ଧଶ୍ୟରେ କମ୍ପାନୀ ପକ୍ଷରୁ ଏହି ନୁତନ ସୌରଶକ୍ତି ଚାଳିତ ପୋର୍ଟେବଲ୍ କୋଲ୍ଡ ଷ୍ଟୋରେଜ୍ ଯୁନିଟକୁ ଲଞ୍ଚ କରାଯାଇଛି ।

ମଧ୍ୟମ ସାଇଜର କୋଲ୍ଡ ରୁମ୍ ଯୁନିଟର ଦକ୍ଷତା ପାଖାପାଖି ୪ ରୁ ୫ ମେଟ୍ରିକ୍ ଟନ୍ ଥିବାବେଳେ ଏହାର ମୁଲ୍ୟ ୧୧ ରୁ ୧୨ ଲକ୍ଷ ଟଙ୍କା ରହିଛି। ରାଜ୍ୟରେ ମୁଖ୍ୟତଃ ୮ ରୁ ୧୦ ମିଲିୟନ୍ ମେଟ୍ରିକ୍ ଟନ୍ ପନିପରିବା ଏବଂ ଫଳ ଉତ୍ପାଦନ ହେଉଛି ଯେପରିକି, ଫୁଲକୋବି,ପତ୍ରକୋବି, ବାଇଗଣ,ଭେଣ୍ଡି, ଟମାଟ, ଲାଉ ଇତ୍ୟାଦି । କିନ୍ତୁ ଆବଶ୍ୟକୀୟ ଶୀତଳ ଭଣ୍ଡାରର ଅଭାବ କାରଣରୁ ୩୦ ରୁ ୪୦% ପନିପରିବା ପ୍ରତି ବର୍ଷ ନଷ୍ଟ ହେଉଛି । ଫଳରେ ଚାଷୀମାନଙ୍କୁ ପ୍ରଚୁର ମାତ୍ରାରେ କ୍ଷୟକ୍ଷତି ସହିବାକୁ ପଡୁଛି । ଏହି ପୋର୍ଟେବଲ୍ କୋଲ୍ଡ ଷ୍ଟୋରେଜ୍ ରୁମକୁ ସେଲ୍ଫ ଲାଇଫ୍ ୭ ରୁ ୧୦ ବର୍ଷ ରହିଛି। ଭାରତ ସରକାରଙ୍କ ଯୋଜନା ମୁତାବକ ୪୦ ରୁ ୫୦ ପ୍ରତିଶତ ସବସୀଡି ସୌରଶକ୍ତି ଚାଳିତକୋଲ୍ଡ ଷ୍ଟୋରେଜ୍ ସ୍କିମ ପ୍ରଦାନ କରାଯାଉଛି। ଯାହାଫଳରେ ଚାଷୀମାନେ କମ୍ ଦରରେ ଏହି ଶୀତଳ କକ୍ଷ କ୍ରୟ କରିପାରିବେ। ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ ଯେଉଁଠାରେ ପ୍ରଚୁର ମାତ୍ରାରେ ପନିପରିବା ଏବଂ ଫଳ ଚାଷ ହୋଇଥାଏ। ଯେଉଁଥିରେ କି ପ୍ରତି ବର୍ଷ ୧୦୦ ମିଲୟନ୍ ଟନର ଫଳ ଥିବାବେଳେ ୧୮୦ ମିଲିୟନର ପନିପରିବା ଚାଷ କରାଯାଏ। ଯେଉଁଥିରୁ ପାଖାପାଖି ୪୦ ପ୍ରତିଶତ ପନିକରିବା ଏବଂ ଫଳ ଶୀତଳ କକ୍ଷ ଅଭାବରୁ ନଷ୍ଟ ହେଉଛି।