କୃଷି ଆଇନକୁ ବିରୋଧ : ପାର୍ଲାମେଣ୍ଟ ଅଭିମୁଖେ ଯାତ୍ରା କରିବେ ଚାଷୀ

60

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ନଭେମ୍ବର ୨୯ରେ ପାର୍ଲାମେଣ୍ଟ ଅଭିମୁଖେ ଯାତ୍ରା କରିବେ । ଏହି ଦିନ ଆନ୍ଦୋଳନକୁ ବର୍ଷେ ପୂରଣ ହେବ । ଏହି ଅବସରରେ ପ୍ରତିବାଦ ସ୍ୱରୂପ ପାର୍ଲାମେଣ୍ଟ ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନରତ ଚାଷୀ । ସଂଯୁକ୍ତ କିଷାନ ମୋର୍ଚ୍ଚାର ୯ ଜଣିଆ ସଦସ୍ୟ ଏହି ନିଷ୍ପତ୍ତି ନେଇଛନ୍ତି ।

ନଭେମ୍ବର ୨୯ ତାରିଖ ଦିନ ଗାଜିପୁର ଏବଂ ଟିକିରି ଅଭିମୁଖେ ଟ୍ରାକ୍ଟରରେ ପାର୍ଲାମେଣ୍ଟ ଅଭିମୁଖେ ଯାତ୍ରା କରିବେ । ଯେଉଁଠି ପୁଲିସ ଅଟକାଇବ ସେଠାରେ ସେମାନେ ଧାରଣା ଦେବେ ବୋଲି କହିଛନ୍ତି । ଯଦି କେନ୍ଦ୍ର ସରକାର ନଭେମ୍ବର ୨୯ ଯାଏ ତିନି କୃଷି ଆଇନ ଉଚ୍ଛେଦ ନକରିବେ ତାହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି । ନିକଟରେ ଚାଷୀ ନେତା ରାକେଶ ଟିକାୟତ ଟୁଇଟ୍ କରି କହିଥିଲେ ଯଦି ସରକାର ଏହି ଆଇନକୁ ପ୍ରତ୍ୟାହାର ନକରିବେ ତାହେଲେ ଆଗାମୀ ୫ ବର୍ଷ ଯାଏ ଏହି ଆନ୍ଦୋଳନ ଜାରି ରହିବ ।