କନକ ବ୍ୟୁରୋ: ସମ୍ବଲପୁରରେ ଚାଷୀ ସଂଗଠନର ଟ୍ରାକ୍ଟର ରାଲି । ବରେଇପାଲି ମାର୍କେଟୟାର୍ଡରୁ ଟ୍ରାକ୍ଟର ରାଲି ଆରମ୍ଭ କରିଥିଲେ ଚାଷୀ । ବରେଇପାଲିରୁ ରେମେଡ ଛକ ଦେଇ ଅଇଁଠାପାଲି ପହଞ୍ଚିିବା ପରେ ପୁଣି ବରେଇପାଲି ଫେରିଥିଲା ଚାଷୀଙ୍କ ଟ୍ରାକ୍ଟର ରାଲି । ସଂଯୁକ୍ତ କିଶାନ ମୋର୍ଚ୍ଚାର ଡାକରାରେ ଏହି ଟ୍ରାକ୍ଟର ରାଲି କରାଯାଇଛି । ଏମଏସପିକୁ ଆଇନଗତ ମାନ୍ୟତା ଦେବା ଦାବିରେ ଏହି ରାଲି କରାଯାଇଛି ।