କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାର ପ୍ରକୋପ କେତେ ହେବ, କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନଥିଲେ ବି ଲୋକଙ୍କ ଭିତରେ ଛନକା ସୃଷ୍ଟି ହୋଇଛି । ବାତ୍ୟାର ପ୍ରକୋପ ଯାହା ବି ରହୁ କିନ୍ତୁ ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତି ଜିଲ୍ଲା ଗୁଡିକରେ ଯେ ବର୍ଷା ହେବ ଏକଥା ଏବେଠାରୁ ଡରାଇବାରେ ଲାଗିଲାଣି । ବାତ୍ୟା ଆଶଙ୍କାକୁ ଦେଖି ଚଷାପୁଅ ବିଲରେ ଅମଳ ଯୋଗ୍ୟ ଫସଲକୁ ତରତର ହୋଇ ଅମଳ କରିବାରେ ଲାଗିପଡିଛି । କାହିଁକି ନା ବର୍ଷକ ଝାଳବୁହା ପରିଶ୍ରମ ସବୁ କିଛି ପାଣିରେ ଭାସିଯାଉ ସେନେଇ ଚଷା ପୁଅ ମୁଣ୍ଡରେ ଚିନ୍ତା ଘାରିଛି ।
ପୂର୍ବରୁ ମଧ୍ୟ ମେ’ ମାସରେ ବାତ୍ୟା ହୋଇଛି । ବାତ୍ୟା ପାଇଁ ଅନେକ ଫସଲ ନଷ୍ଟ ହୋଇଛି ଆଉ ଚଷାପୁଅ ଅନେକ କ୍ଷତି ସହିତି । ତେଣୁ ବାତ୍ୟାକୁ ଦୃଷ୍ଟିରେ ରଖି ଜଲଦି ଜଲଦି ଫସଲ ଅମଳ କରିବାରେ ଲାଗିପଡିଛନ୍ତି ଚାଷୀ । ଆଶା କରୁଛନ୍ତି ବର୍ଷା ପୂର୍ବରୁ ସବୁ ଫସଲ ଅମଳ ହୋଇଯିବ