ଗଜା ହେଲା ବସ୍ତା ବସ୍ତା ଆଳୁ : ସରକାରୀ ଶୀତଳ ଭଣ୍ଡାର ନପାଇ ଚାଷୀଙ୍କ ସାହାରା ପାଲଟି ଥିଲା ଘରୋଇ ଶୀତଳଭଣ୍ଡାର; ଚିନ୍ତାରେ ଚାଷୀ

109

କନକ ବ୍ୟୁରୋ : ଗଜା ହୋଇଗଲା ଶହ ଶହ ଆଳୁ ବସ୍ତା । ସ୍ଥାନୀୟ ଅଞ୍ଚଳରେ ଶୀତଳଭଣ୍ଡାର ନଥିବାରୁ ଏକମାତ୍ର ଘରୋଇ ଶୀତଳଭଣ୍ଡାର ପାଲଟିଥିଲା ଭରସା । ଆଳୁ ଚାଷୀ ପୁରୀ ଆଳପୁର ଶୀତଳଭଣ୍ଡାରରେ ରଖିଥିଲେ ଆଳୁବସ୍ତା । କିନ୍ତୁ ଏବେ ସେସବୁ ଆଳୁବସ୍ତାରୁ ଗଜା ବାହାରିଛି । ଏହାକୁ ନେଇ ଚିନ୍ତାରେ ପୁରୀ ଜିଲ୍ଲା ୩ ବ୍ଲକର ଆଳୁଚାଷୀ ।

ହଜାର ହଜାର ଟଙ୍କାର କ୍ଷତି ସହିଛନ୍ତି ପିପିଲି, ସତ୍ୟବାଦୀ, ନିମାପଡ଼ା ଅଞ୍ଚଳର ଆଳୁ ଚାଷୀ । ସେପଟ ଶୀତଳଭଣ୍ଡାର ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି । ମାସକୁ ୪୫ରୁ ୪୭ହଜାର ଟଙ୍କା ବିଦ୍ୟୁତ୍ ଦେୟ ଦେବାକୁ ପଡ଼ୁଛି । ସରକାରୀ ସହାୟତା କିଛି ମିଳୁନାହିଁ ବୋଲି ଶୀତଳ ଭଣ୍ଡାର ପକ୍ଷରୁ କୁହାଯାଇଛି । ସେପଟେ ହଜାର ହଜାର ଟଙ୍କା କ୍ଷତି ସହିଥିବା ଆଳୁଚାଷୀମାନେ କିପରି କ୍ଷତିପୂରଣ ପାଇବେ ସେ ନେଇ ଚିନ୍ତାରେ ।