କନକ ବ୍ୟୁରୋ: ଭଲ ଅମଳ ହେବ । ଅନେକ ସ୍ୱପ୍ନ ପୂରଣ କରିବ ଏହି ଆଶାରେ ଧାର କରଜ କରି ଚାଷ କରିଥିଲେ ଚାଷୀ । କିନ୍ତୁ ଅମଳ ବେଳକୁ ଧାନ ଗଛକୁ ନଷ୍ଟ କରି ଦେଇ ଚାଷୀଙ୍କ ଚିନ୍ତା ବଢାଇ ଦେଉଛି ଚକଡ଼ା ପୋକ । ଫଳରେ ଚାଷୀଙ୍କୁ ଘାରିଛି ଚକଡ଼ା ନିରାକରଣ ଚିନ୍ତା । ଧାର କରଜ କିଭଳି ସୁଝିବେ ସେ ନେଇ ଚିନ୍ତାରେ ଚାଷୀ । ଏହି ଭଳିଆ ଦେଖିବାକୁ ମିଳିଛି ଗୁଣୁପୁର କୃଷି ଜିଲ୍ଲାରେ ।
ଚାଷୀକୁ ଘାରିଛି ଚକଡ଼ା ପୋକ ଚିନ୍ତା । ସୁନାର ଫସଲ ଉଜାଡ଼ି ଦେଉଛି ପୋକ । ହେକ୍ଟର ହେକ୍ଟର ଚାଷ ଜମିରେ ପୋକ ଲାଗି ଯାଉଛି । ଫସଲ ବଂଚାଇବାକୁ ଔଷଧ ସିଂଚନ କଲେ ମଧ୍ୟ କୌଣସି ଲାଭ ହେଉନି । ଦିନ କେଇଟା ପରେ ଧାନ ଅମଳ କରିଥାନ୍ତା ଚାଷୀ । ଶେଷ ବେଳକୁ ଚକଡ଼ା ପୋକ ଲାଗିବାରୁ ଚାଷୀର ଚିନ୍ତା ବଢ଼ିିଛି । ରାୟଗଡା ଜିଲ୍ଲା ଗୁଣୁପୁର ସହ ବିଭିନ୍ନ ସ୍ଥାନରେ ଦାଉ ସାଜିଛି ରୋଗ ପୋକ । ଗୁଣୁପୁର ,ପଦ୍ମପୁର ,ରାମାନାଗୁଡା ଓ ଗୁଡ଼ାରୀ ଅଂଚଳରେ ବର୍ତମାନ ଧାନ ଗଛରେ ରୋଗ ପୋକର ପ୍ରାଦୁର୍ଭାବ ବଢ଼ିଛି । କେଉଁଠି ନଡ଼ା ପାଲଟି ଯାଇଛି ତ ଅନ୍ୟ କେଉଁଠି ଗଛ ହଳଦିଆ ହୋଇଯାଉଛି । ହେକ୍ଟର ହେକ୍ଟର ଜମିରେ ହୋଇଥିବା ଧାନ ଗଛ ନଷ୍ଟ ହେବା ଉପରେ.. ।
ଏପଟେ ପୁରୀ ଜିଲ୍ଲା ଗୋପ ବ୍ଲକରେ ପାଣି ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷ ଜମି ଫାଟି ଆଁ କରିଥିବା ଦେଖି ଚାଷୀହତାଶ ହୋଇପଡ଼ିଛନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ଚଳିତ ବର୍ଷ ଧାନ ଚାଷ କରିଥିବା ବେଳେ ବର୍ଷା ନହେବା ଓ ଜଳସେଚନ ବିଭାଗ ସଠିକ ଭାବେ କେନାଲରେ ପାଣି ନଛାଡ଼ିବାରୁ ଧାନ ଜମିରେ ପାଣି ମଡ଼ାଇବାକୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଚାଷୀ । ଚିତେରା, ମାଣ୍ଡୁପଦା, ଗହୀରରେ ପାଣି ଅଭାବରୁ ଚାଷ ଜମି ଜଳି ଯାଇଥିବା ଦେଖିବାକୁ ମିଳିଛି ।
କେତେବେଳେ ପ୍ରାକୃତିକ ବିପର୍ଜୟ ଅନ୍ୟ କେତେବେଳେ ଧାନ ଗଛର ରୋଗ ପୋକ । ଅନ୍ୟ କେଉଁଠି ମରୁଡ଼ି ପରିସ୍ଥିତି ଚାଷୀର ଆର୍ôଥକ ସ୍ଥିତି ଦୋହଲାଇ ଦେଉଥିବା ବେଳେ କୃଷି ବିଭାଗ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟିି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/16-8.jpg)