ବିଧାନସଭାରେ ଅଚଳାବସ୍ଥା ! ଚାଷୀ ଆତ୍ମହତ୍ୟା ନେଇ ବାରମ୍ବାର ଗୃହ ମୁଲତବି

22

କନକ ବ୍ୟୁରୋ : ଗତକାଲି ଟମାଟୋକୁ ନେଇ ବିଧାନସଭାରେ ବିରୋଧୀ ହଙ୍ଗାମା କରିଥିବା ବେଳେ ଆଜି ଚାଷୀ ଆତ୍ମହତ୍ୟାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଛି । ବାରମ୍ବାର ଗୃହକୁ ମୁଲତବି ପରେ ମୁଲତବି କରାଯାଉଛି । ଚାଷୀ ଆତ୍ମହତ୍ୟା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି କଂଗ୍ରେସ ସଦସ୍ୟ ହୋହାଲ୍ଲା କରିଛନ୍ତି । କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗରେ ହଙ୍ଗାମା କରିବାରୁ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବି ଘୋଷଣା କରାଯାଇଛି ।