କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ । ଟୋକନ ସମସ୍ୟା, ହାତ ଉଦ୍ଧାରୀ, ଅଭାବୀ ଧାନ ବିକ୍ରିକୁ ନେଇ ଚିନ୍ତାରେ ଥିବା ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାପା ଆତ୍ମହତ୍ୟା କରିଥିବା ନେଇ ପୁଅ ଅଭିଯୋଗ କରିଛନ୍ତି ।

Advertisment

ବୁର୍ଲା ଥାନା ଅନ୍ତର୍ଗତ କୁଦ ଗୁଣ୍ଡେରପୁରର ଚାଷୀ କୈବଲ୍ୟ ରୋହିଦାସ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପୁଅ ଦଶରଥ ଅଭିଯୋଗ କରିଛନ୍ତି । ରବି ଧାନ ବିକ୍ରିରେ ସମସ୍ୟା ଯୋଗୁଁ ଋଣ ଭାରକୁ ନେଇ ତାଙ୍କ ବାପା ମାତ୍ରାଧିକ ଚାପରେ ଥିଲେ । ଟୋକନ ଆସିବାରୁ ପ୍ରାୟ ୫୫ କ୍ୱିଣ୍ଟାଲ ଧାନକୁ ଦଲାଲକୁ ବିକ୍ରି କରି କ୍ଷତି ସହିଥିଲେ । ଦେଢ ଲକ୍ଷ ଟଙ୍କାର ହାତ ଉଧାରି ଥିବା ବେଳେ ଖରିଫ ଚାଷ କରି ନପାରି ବାପା ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଅ କହିଛନ୍ତି ।

ରବି ଋତୁରେ ୮ ଏକର ଜମିରେ ଧାନ ଚାଷ କରି ଶହେ କ୍ୱିଣ୍ଟଲ ଅମଳ କରିଥିଲେ କୈବଲ୍ୟ । ସେଥିରୁ ୪୫ କ୍ୱିଣ୍ଟାଲ ଧାନ ବିକ୍ରି ହୋଇଥିବା ବେଳେ ଟୋକନ ମିଳିବାରୁ ବାକି ୫୫ କ୍ୱିଣ୍ଟାଲ ଧାନ ବିକ୍ରି କରି ପାରିନଥିଲେ । ସେପଟେ ପୁଅର ଅଭିଯୋଗରେ ସ୍ୱର ମିଳାଇଛନ୍ତି ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁ ଓ ଚାଷୀ ନେତା ଅଶୋକ ନାଥ ।